Advertisment

କୋଲ୍ ଇଣ୍ଡିଆରେ ଚାକିରି ସୁଯୋଗ; ଏହି ଯୋଗ୍ୟତା ଥିଲେ ନିଶ୍ଚିତ ଚାକିରି

କୋଲ୍ ଇଣ୍ଡିଆରେ ବିଭିନ୍ନ ପଦବୀ ପାଇଁ ଚାକିରି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୮୧ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

author-image
Pramod Behera
If you have this degree then you will get govt job in coal india

If you have this degree then you will get govt job in coal india

କୋଲ୍ ଇଣ୍ଡିଆରେ ଚାକିରି କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ କୋଲ୍‌ ଇଣ୍ଡିଆ ପର୍ସୋନେଲ୍ ଏବଂ ମାନବ ସମ୍ବଳ, ପର୍ଯ୍ୟାବରଣ, ମ୍ୟାଟେରିଆଲ୍ ମ୍ୟାନେଜମେଣ୍ଟ୍, ମାର୍କେଟିଂ ଏବଂ ସେଲ୍ସ ଟ୍ରେନିଂ ଏବଂ ଅନ୍ୟାନ୍ୟରେ ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନିଂ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି।

Advertisment

ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ସେମାନେ କୋଲ୍ ଇଣ୍ଡିଆର ଅଫିସିଆଲ୍ ୱେବ୍‌ସାଇଟ୍ coalindia.in କୁ ଯାଇ ଆବେଦନ କରିପାରିବେ। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୦୭ ଅଗଷ୍ଟ କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ www.coalindia.in କୁ ଯାଇ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ, ଏହି ଲିଙ୍କ୍ Coal India MT Recruitment 2022 Notification PDF ମାଧ୍ୟମରେ ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୮୧ଟି ପଦବୀ ପୂରଣ ହେବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ: ୦୮ଜୁଲାଇ
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ: ୦୭ ଅଗଷ୍ଟ

ଖାଲି ପଦବୀ:

  • ମୋଟ ପୋଷ୍ଟ୍‌: ୪୮୧
  • ପର୍ସୋନେଲ୍ ଏବଂ ଏଚ୍‌ଆର୍ -୧୩୮
  • ପର୍ଯ୍ୟାବରଣ - ୬୮
  • ମ୍ୟାଟେରିଆଲ୍ ମ୍ୟାନେଜ୍‌ମେଣ୍ଟ୍ -୧୧୫
  • ମାର୍କେଟିଂ ଏବଂ ସେଲ୍ସ - ୧୭
  • ସାମୁଦାୟିକ୍ ବିକାଶ -୭୯
  • ଆଇନଗତ - ୫୪
  • ଜନସଂପର୍କ - ୦୬
  • ସହଯୋଗୀ ସଚିବ - ୦୪

ଯୋଗ୍ୟତା:

  • ସବୁ ପୋଷ୍ଟ୍ ପାଇଁ ଗ୍ରାଜୁଏସନ୍, ଡିଗ୍ରୀ, ଡିପ୍ଲୋମା ଆଦି ଯୋଗ୍ୟତା ଦରକାର ହେଉଥିବା ବେଳେ ସଂପୂର୍ଣ୍ଣ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୩୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ

ଆବେଦନ ଶୁଳ୍କ:

  • ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୧୧୮୦ ଟଙ୍କା ଦେବାକୁ ପଡିବ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ
Govt Jobs MT Recruitment 2022
Advertisment
Advertisment