Advertisment

ଆପଣ ଯଦି ୧୦ମ ପାଶ୍‌ ଓ ଗ୍ରାଜୁଏଟ୍ ତେବେ ଏଇଠି ମିଳିପାରେ ସରକାରୀ ଚାକିରି

AAI ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବାକୁ ଥିବାବେଳେ ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।

author-image
Pramod Behera
ଅଦ୍ୟତନ ହୋଇଛି
If you are 10th pass and graduate then govt job will be available in aai

If you are 10th pass and graduate then govt job will be available in aai

ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ AAI ର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ।

Advertisment

ଏହା ଛଡା ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.aai.aero/ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ୍ AAI Recruitment 2022 Notification PDF କୁ ଯାଇ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୬ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ସେପ୍ଟେମ୍ବର ୧
  • ଆବେଦନ କରିବାର ଶେଷ ତାରିଖ - ସେପ୍ଟେମ୍ବର ୩୦
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ୍‌ ସଂଖ୍ୟା- ୧୫୬

ଯୋଗ୍ୟତା:

  • ଜୁନିଅର ଆସିଷ୍ଟାଣ୍ଟ (ଫାୟାର ସର୍ଭିସ୍‌) - ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୧୦ମ ପାଶ୍ କରିବା ସହିତ ଅଟୋମୋବାଇଲ୍ କିମ୍ବା ମେକାନିକାଲ୍‌ରେ ୩ ବର୍ଷର ଡିପ୍ଲୋମା କରିଥିବା ଉଚିତ। କିମ୍ବା ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୧୨ଶ ପାଶ କରିବା ସହିତ ଭାରୀ ଯାନ ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ।
  • ଜୁନିଅର ଆସିଷ୍ଟାଣ୍ଟ୍‌ (ଅଫିସ୍) - ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ।
  • ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) – ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିବା ସହିତ ପ୍ରର୍ଥୀଙ୍କ ପାଖରେ ୩ ବା ୬ ମାସର କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଉଚିତ।
  • ସିନିୟର୍‌ ଆସିଷ୍ଟାଣ୍ଟ (ରାଜଭାଷା) – ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହିନ୍ଦୀ କିମ୍ବା ଇଂରାଜୀରେ ସ୍ନାତକ ସହିତ ପୋଷ୍ଟ୍‌ ଗ୍ରାଜୁଏଟ୍ ହେବା ଜରୁରୀ।

ଦରମା: ୧.୧୦ ଲକ୍ଷ ଟଙ୍କା

ଆବେଦନ ଶୁଳ୍କ:

  • UR / OBC / EWS ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଛି
  • SC / ST / ମହିଳା / ପୂର୍ବତନ ସୈନିକ / PWD ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ

ବୟସ ସୀମା (୨୫-୦୮-୨୦୨୨ ଅନୁସାରେ):

  • ସର୍ବନିମ୍ନ ବୟସ ସୀମା: ୧୮ ବର୍ଷ
  • ସର୍ବାଧିକ ବୟସ ସୀମା: ୩୦ ବର୍ଷ
Govt Jobs AAI Recruitment 2022
Advertisment
Advertisment