Advertisment

୧୦ମ ପାଶ୍ କରିଛନ୍ତି କି; ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି

ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ବାହାର କରିଛି। ଦଶମ ଏବଂ ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଦରମା ୮୦ହଜାର ଉପରେ ରହିଛି।

author-image
Pramod Behera
If 10th pass jobs in india post

If 10th pass jobs in india post

ଦଶମ ଏବଂ ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ। ଏନେଇ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ବାହାର କରିଛି। ଆଗ୍ରହୀ ପ୍ରାର୍ଥୀଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ dopsportsrecruitment.in ରେ ଆବେଦନ କରିବାକୁ ପଡିବ।

Advertisment

ଭାରତୀୟ ଡାକ ବିଭାଗ ଗୁଜୁରାଟ ସର୍କଲ ରେ ଦଶମ ଏବଂ ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍ / ସର୍ଟିଂ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ୍ / ମେଲ୍ ଗାର୍ଡ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପାଇଁ ୧୮୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ଖାଲି ପଦବୀଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୨ ନଭେମ୍ବର ୨୦୨୨ ରହିଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନର ଶେଷ ତାରିଖ - ୨୨ ନଭେମ୍ବର ୨୦୨୨
  • ପ୍ରୋଭିଜନାଲ୍ ଲିଷ୍ଟ - ୬ ଡିସେମ୍ବର ୨୦୨୨

ଖାଲି ପଦବୀ:

  • ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍ / ସର୍ଟିଂ ଆସିଷ୍ଟାଣ୍ଟ - ୭୧ ପୋଷ୍ଟ
  • ପୋଷ୍ଟମ୍ୟାନ୍ / ମେଲ୍ ଗାର୍ଡ - ୫୬ ପୋଷ୍ଟ
  • ମଲ୍ଟି ଟାସ୍କିଂ ଷ୍ଟାଫ୍ - ୬୧ ପୋଷ୍ଟ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍ / ସର୍ଟିଂ ଆସିଷ୍ଟାଣ୍ଟ - ପ୍ରାର୍ଥୀମାନେ ଅତିକମରେ ଦ୍ୱାଦଶ ପାସ୍ କରିଥିବା ଉଚିତ। ଏହା ସହିତ, ସେମାନଙ୍କ ପାଖରେ ଅତିକମରେ ୬୦ ଦିନର ଏକ ମୌଳିକ କମ୍ପ୍ୟୁଟର ପାଠ୍ୟକ୍ରମର ପ୍ରମାଣପତ୍ର ଥିବା ଜରୁରୀ।
  •  
  • ପୋଷ୍ଟମ୍ୟାନ୍ / ମେଲ୍ ଗାର୍ଡ - ପ୍ରାର୍ଥୀ ଅତିକମରେ ଦ୍ୱାଦଶ ପାସ୍ ହେବା ଉଚିତ। ଏଥିସହ ଗୁଜୁରାଟୀ ଭାଷାରେ ଜ୍ଞାନ ରହିବା ବାଧ୍ୟତାମୂଳକ। ଏହା ସହିତ ୬୦ ଦିନର ମୌଳିକ କମ୍ପ୍ୟୁଟର କୋର୍ସ କରିଥିବା ଉଚିତ।
  •  
  • ମଲ୍ଟି ଟାସ୍କିଂ ଷ୍ଟାଫ୍ - ପ୍ରାର୍ଥୀ ଅତିକମରେ ଦଶମ ପାସ୍ କରିଥିବା ଉଚିତ। ଦଶମ ପର୍ଯ୍ୟନ୍ତ ଗୁଜୁରାଟୀ ଭାଷାକୁ ଏକ ବିଷୟ ରଖି ପଢିଥିବା ଜରୁରୀ।

ବୟସ ସୀମା:

  • ସର୍ବନିମ୍ନ ବୟସ - ୧୮ ବର୍ଷ
  • ସର୍ବାଧିକ ବୟସ - ୨୫ ବର୍ଷ (
  • ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀ ପାଇଁ ବୟସ - ୨୭
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସରେ କୋହଳ ମିଳିବ

ଦରମା:

  • ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍ / ସର୍ଟିଂ ଆସିଷ୍ଟାଣ୍ଟ - ପେ ଲେବଲ୍ ୪ ଅଧୀନରେ ମାସିକ ୨୫,୫୦୦ ରୁ ୮୧,୧୦୦ ଟଙ୍କା
  • ପୋଷ୍ଟମ୍ୟାନ୍ / ମେଲ୍ ଗାର୍ଡ - ପେ ଲେଭଲ୍ ୩ ଅଧୀନରେ ମାସିକ ୨୧,୭୦୦ ରୁ ୬୯,୧୦୦ ଟଙ୍କା
  • ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS) - ପେ ଲେଭଲ୍ ୧ ଅଧୀନରେ ମାସକୁ ୧୮,୦୦୦ ରୁ ୫୬,୯୦୦ ଟଙ୍କା

ଶୁଳ୍କ:

  • ଆବେଦନ ଶୁଳ୍କ – ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି
  • ମହିଳା, ଟ୍ରାନ୍ସଜେଣ୍ଡର, ଏସ୍‌ସି / ଏସ୍‌ଟି, ପିଡବ୍ଲୁବିଡି ଏବଂ ପୂର୍ବତନ ସୈନିକ - ଆବେଦନ ଶୁଳ୍କରୁ ବଞ୍ଚିତ ହେବେ
Govt Jobs India Post Recruitment
Advertisment
Advertisment