/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658236364.jpg)
ICF Railway Recruitment 2022
ଇଣ୍ଟିଗ୍ରାଲ୍ କୋଚ୍ ଫେକ୍ଟ୍ରୀ, ଆଇସିଏଫ୍ ଚେନ୍ନାଇରେ ଆପ୍ରେଣ୍ଟିସ୍ ପାଇଁ ବମ୍ପର ନିଯୁକ୍ତି ବାହାରିଛି। ଏପରି ପରିସ୍ଥିତିରେ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ pb.icf.gov.in କୁ ଯାଇ ଶୀଘ୍ର ଏହି ପଦବୀ ପାଇଁ ଶୀଘ୍ର ଆବେଦନ କରିବା ଉଚିତ। ଧ୍ୟାନ ଦିଅନ୍ତୁ ଯେ ଆବେଦନ ପ୍ରକ୍ରିୟା ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୭ରେ ଏହି ନିଯୁକ୍ତିର ବିଜ୍ଞପ୍ତି ଜାରି କରାଯାଇଥିଲା।
Advertisment
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୮୭୬ ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ଏହାର ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଆବେଦନ ପ୍ରକ୍ରିୟା ସମ୍ବନ୍ଧୀୟ ସୂଚନା ନିମ୍ନରେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ୍ କରି ଯାଞ୍ଚ କରିପାରିବେ।
ICF Railway Recruitment 2022 Notification
ଶିକ୍ଷାଗତ ଯୋଗ୍ୟତା:
- ଗଣିତ ଓ ବିଜ୍ଞାନକୁ ବିଷୟ ଭାବେ ରଖି ଦଶମ ପାସ୍ ଏବଂ ନେସ୍ନାଲ୍ ଡେଟ୍ ସାର୍ଟିଫିକେଟ୍ ଧାରକ ପ୍ରାର୍ଥୀଙ୍କ ପାଇଁ ଏହି ଆବେଦନ ଜାରି କରାଯାଇଛି।
Advertisment
ବୟସ ସୀମା:
- ଏହିସବୁ ପଦବୀ ପାଇଁ ବୟସ ସୀମା ୧୫ ରୁ ୨୪ ବର୍ଷ ରହିଛି। ଏଥିସହ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଏନେଇ ବୟସରେ କୋହଳ କରାଯିବ।
କିପରି କରିବେ ଆବେଦନ:
- ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ pb.icf.gov.in କୁ ଯାଆନ୍ତୁ
- ଏହା ପରେ ପୋର୍ଟାଲକୁ ଲଗ୍ଇନ୍ କରନ୍ତୁ
- ବର୍ତ୍ତମାନ ବିଜ୍ଞପ୍ତିରେ ଦିଆଯାଇଥିବା ସମସ୍ତ ସୂଚନା ପଢିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
- ଆପଣଙ୍କର ଫଟୋ ଏବଂ ଅନୁରୋଧ କରାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକୁ ଅପଲୋଡ୍ କରନ୍ତୁ
- ଏହା ପରେ ଆବେଦନ ଫି ବାବଦକୁ ୧୦୦ଟଙ୍କା ଦାଖଲ କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)