Advertisment

ଆଇବିପିଏସ୍ କ୍ଲର୍କ ନିଯୁକ୍ତି ପରୀକ୍ଷା ୨୦୨୧: ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ, ବିବରଣୀ ଯାଞ୍ଚ କରନ୍ତୁ

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ସୋମବାର ଅଂଶଗ୍ରହଣକାରୀ ବ୍ୟାଙ୍କଗୁଡିକରେ କିରାଣୀ ନିଯୁକ୍ତି ନେଇ ସାଧାରଣ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନକାରୀଙ୍କ ପାଇଁ ୱିଣ୍ଡୋ ଖୋଲିଛି।

author-image
Pramod Behera
ଅଦ୍ୟତନ ହୋଇଛି
ଆଇବିପିଏସ୍ କ୍ଲର୍କ ନିଯୁକ୍ତି ପରୀକ୍ଷା ୨୦୨୧: ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ, ବିବରଣୀ ଯାଞ୍ଚ କରନ୍ତୁ

IBPS

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ସୋମବାର ଅଂଶଗ୍ରହଣକାରୀ ବ୍ୟାଙ୍କଗୁଡିକରେ କିରାଣୀ ନିଯୁକ୍ତି ନେଇ ସାଧାରଣ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନକାରୀଙ୍କ ପାଇଁ ୱିଣ୍ଡୋ ଖୋଲିଛି।

Advertisment

ପ୍ରାର୍ଥୀମାନେ କେବଳ ଜୁଲାଇ ୧୨, ୨୦୨୧ରୁ ଅଗଷ୍ଟ ୧, ୨୦୨୧ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଏବଂ ଅନ୍ୟ କୌଣସି ପ୍ରକ୍ରିୟାରେ ଆବେଦନ ଗ୍ରହଣ କରାଯିବ ନାହିଁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନର ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ - ୧୨/୦୭/୨୦୨୧

ଆବେଦନ ପଞ୍ଜୀକରଣ ସମାପ୍ତ - ୦୧/୦୮/୨୦୨୧

ଆବେଦନ ବିବରଣୀ ଏଡିଟିଂ ସମାପ୍ତ - ୦୧/୦୮/୨୦୨୧

ଆବେଦନ ମୁଦ୍ରଣ ପାଇଁ ଶେଷ ତାରିଖ - ୦୧/୦୮/୨୦୨୧

ଅନ୍‌ଲାଇନ୍ ଫି ଦେୟ - ୧୨/୦୭/୨୦୨୧ରୁ ୦୧/୦୮/୨୦୨୧

ଅନ୍‌ଲାଇନ୍ ଆବେଦନ କରିବା ପୂର୍ବରୁ ଆବଶ୍ୟକତା:

ଅନ୍‌ଲାଇନ୍ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ କ’ଣ କରିବା ଉଚିତ୍ –

ଆବେଦନକାରୀଙ୍କ ଫଟୋଗ୍ରାଫ୍ (୪.୫ସେମି × ୩.୫ସେମି), ଦସ୍ତଖତ, ବାମ ବୁଢା ଆଙ୍ଗୁଠି ଟିପଚିହ୍ନ (ଯଦି କେହି ପ୍ରାର୍ଥୀଙ୍କର ବାମ ବୁଢା ଆଙ୍ଗୁଠି ନ ଥାଏ, ତେବେ ସେ ତାଙ୍କ ଡାହାଣ ଆଙ୍ଗୁଠିକୁ ବ୍ୟବହାର କରିପାରନ୍ତି। ଯଦି ଉଭୟ ଆଙ୍ଗୁଠି ନ ଥାଏ, ତେବେ ବାମ ହାତର ଯେକୌଣସି ଆଙ୍ଗୁଠିର ଟିପ ଚିହ୍ନ ଦିଆଯାଇ ପାରିବ। ଯଦି ବାମ ହାତର କୌଣସି ଆଙ୍ଗୁଠି ନ ଥାଏ, ତେବେ ଡାହାଣ ହାତର ଯେକୌଣସି ଆଙ୍ଗୁଠି ବ୍ୟବହାର କରାଯାଇ ପାରିବ। ଯଦି କୌଣସି ଆଙ୍ଗୁଠି ଉପଲବ୍ଧ ନାହିଁ, ତେବେ ବାମ ପାଦର ଆଙ୍ଗୁଠିର ଟିପ ଚିହ୍ନ ନିଆଯାଇପାରେ। ଏହିପରି ସମସ୍ତ କ୍ଷେତ୍ରରେ ଯେଉଁଠାରେ ବାମ ବୁଢା ଆଙ୍ଗୁଠିର ଟିପ ଚିହ୍ନ ଅପ୍‌ଲୋଡ୍ ହୋଇ ନ ଥାଏ, ପ୍ରାର୍ଥୀ ଅପ୍‌ଲୋଡ୍ ହୋଇଥିବା ଡକ୍ୟୁମେଣ୍ଟରେ ଆଙ୍ଗୁଠିର ନାମ ସହିତ ବାମ / ଡାହାଣ ହାତ କିମ୍ବା ଗୋଡ ଆଙ୍ଗୁଠିର ନିର୍ଦ୍ଦିଷ୍ଟ କରିବା ଉଚିତ।

Advertisment

ଏକ ହାତ ଲେଖା ଘୋଷଣାନାମା (ନିମ୍ନରେ ଦିଆଯାଇଛି) {ଯେଉଁ ପ୍ରାର୍ଥୀମାନେ ଲେଖିପାରିବେ ନାହିଁ, ସେମାନେ ଘୋଷଣାର ଟେଷ୍ଟ ଟାଇପ୍ କରିପାରିବେ ଏବଂ ଟାଇପ୍ ହୋଇଥିବା ଘୋଷଣାର ତଳେ ସେମାନଙ୍କର ବାମ ହାତର ବୁଢା ଆଙ୍ଗୁଠିର ଟିପ ଚିହ୍ନ ଦେବେ ଏବଂ ନିର୍ଦ୍ଦେଶ ଅନୁଯାୟୀ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରିପାରିବେ}, ବିଜ୍ଞାପନର Annexure III ଅନୁସାରେ ସମସ୍ତ ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ସଂଲଗ୍ନ ହେବା ଉଚିତ।

କ୍ୟାପିଟାଲ ଅକ୍ଷରରେ ଦସ୍ତଖତ ଗ୍ରହଣୀୟ ନୁହେଁ।

ବାମ ହାତ ବୁଢା ଆଙ୍ଗୁଠିର ଟିପ ଚିହ୍ନ ଭଲଭାବେ ସ୍କାନ୍ ହେବା ଉଚିତ।

ହାତ ଲେଖା ଘୋଷଣାର ଟେଷ୍ଟ ନିମ୍ନରେ ଦିଆଗଲା।

“ମୁଁ, _______ (ପ୍ରାର୍ଥୀଙ୍କ ନାମ), ଏଠାରେ ଘୋଷଣା କରେ ଯେ ଆବେଦନ ଫର୍ମରେ ମୋ ଦ୍ୱାରା ଦାଖଲ ହୋଇଥିବା ସମସ୍ତ ତଥ୍ୟ ସଠିକ୍, ସତ୍ୟ ଏବଂ ବୈଧ ଅଟେ। ଆବଶ୍ୟକ ହେଲେ ମୁଁ ମୋ ସପୋର୍ଟିଂ ଡକ୍ୟୁମେଣ୍ଟ ଉପସ୍ଥାପନ କରିବି।”

“I, _______ (Name of the candidate), hereby declare that all the information submitted by me in the application form is correct, true and valid. I will present the supporting documents as and when required.”

ଉପରୋକ୍ତ ହାତ ଲେଖା ଘୋଷଣାନାମା ପ୍ରାର୍ଥୀଙ୍କ ହାତରେ କେବଳ ଇଂରାଜୀରେ ହେବା ଆବଶ୍ୟକ ଏବଂ କ୍ୟାପିଟାଲ୍ ଲେଟର ରହିବା ଉଚିତ ନୁହେଁ। ଯଦି ଏହା ଅନ୍ୟ କେହି କିମ୍ବା ଅନ୍ୟ କୌଣସି ଭାଷାରେ ଲେଖା ହୁଏ, ତେବେ ଆବେଦନ ଅବୈଧ ବୋଲି ଧରାଯିବ।

ଆବଶ୍ୟକ ବିବରଣୀ / ଆବଶ୍ୟକ ଆବେଦନ ଶୁଳ୍କର ଅନ୍‌ଲାଇନ୍ ପେମେଣ୍ଟ କରିବାକୁ ପ୍ରସ୍ତୁତ ଡକ୍ୟୁମେଣ୍ଟ୍ / ଇଣ୍ଟିମେସନ ଚାର୍ଜ ଆଦି ରଖନ୍ତୁ।

ଏକ ବୈଧ ବ୍ୟକ୍ତିଗତ ଇମେଲ୍ ଆଇଡି ରଖନ୍ତୁ, ଯାହାକୁ ସାଧାରଣ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକ୍ରିୟ ରଖିବା ଉଚିତ। ପଞ୍ଜୀକୃତ ଇ-ମେଲ୍ ଆଇଡି ମାଧ୍ୟମରେ ଆଇବିପିଏସ୍ ପରୀକ୍ଷା ଇତ୍ୟାଦି ପାଇଁ କଲ୍‌ ଲେଟର୍ ପଠାଯାଇପାରେ। କୌଣସି ପରିସ୍ଥିତିରେ, ଜଣେ ପ୍ରାର୍ଥୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ଇ-ମେଲ୍ ଆଇଡି ସେୟାର୍ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀଙ୍କର ଏକ ବୈଧ ବ୍ୟକ୍ତିଗତ ଇ-ମେଲ୍ ଆଇଡି ନ ଥାଏ, ତେବେ ସେ ଅନ୍‌ଲାଇନ୍‌ରେ ଆବେଦନ କରିବା ପୂର୍ବରୁ ତାଙ୍କର ନୂତନ ଇ-ମେଲ୍ ଆଇଡି କରିବା କରିବା ଉଚିତ ଏବଂ ସେହି ଇମେଲ ଆକାଉଣ୍ଟକୁ ବଜାୟ ରଖିବା ଆବଶ୍ୟକ।

ଫି ଦେୟ / ଇଣ୍ଟିମେସନ ଚାର୍ଜ ଆଦାୟ ୧୨।୦୭।୨୦୨୧ରୁ ୦୧।୦୮।୨୦୨୧

- SC / ST / PWBD / EXSM ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା (ଜିଏସ୍‌ଟି ଅନ୍ତର୍ଭୂକ୍ତ) ।

- ଅନ୍ୟ ସମସ୍ତଙ୍କ ପାଇଁ ୮୫୦ ଟଙ୍କା (ଜିଏସ୍‌ଟି ଅନ୍ତର୍ଭୂକ୍ତ)।

ଆବେଦନ ଦେୟ / ଇଣ୍ଟିମେସନ ଚାର୍ଜ ଅନ୍‌ଲାଇନ୍ ପେମେଣ୍ଟ ପାଇଁ ବ୍ୟାଙ୍କ୍‌ କାରବାର ଚାର୍ଜ ପ୍ରାର୍ଥୀଙ୍କୁ ବହନ କରିବାକୁ ପଡିବ।

କିପରି ଅନ୍‌ଲାଇନ୍‌ରେ ଆବେଦନ କରିବେ:

(୧) ପ୍ରାର୍ଥୀମାନେ ପ୍ରଥମେ ଆଇବିପିଏସ୍ ୱେବସାଇଟ୍ www.ibps.in କୁ ଯାଇ “CRP Clerks” ଲିଙ୍କ୍ ଖୋଲିବା ପାଇଁ ହୋମ୍‌ ପେଜ୍‌ରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଅନ୍ ଲାଇନ୍ ଆବେଦନ ଫର୍ମ ଖୋଲିବାକୁ “CLICK HERE TO APPLY ONLINE FOR CRP- Clerks (CRP-Clerks-XI)” ଉପରେ କ୍ଲିକ୍ କରନ୍ତୁ।

(୨) ପ୍ରାର୍ଥୀମାନେ ଅନ୍‌ଲାଇନ୍ ଆବେଦନ ଫର୍ମରେ ସେମାନଙ୍କର ମୌଳିକ ସୂଚନା ଦେଇ ଆବେଦନ ପଞ୍ଜିକରଣ କରିବାକୁ “CLICK HERE FOR NEW REGISTRATION” ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ସିଷ୍ଟମ ଦ୍ୱାରା ଏକ ଅସ୍ଥାୟୀ ପଞ୍ଜୀକରଣ ନମ୍ବର ଏବଂ ପାସ୍‌ୱାର୍ଡ ସୃଷ୍ଟି ହେବ ଏବଂ ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ। ପ୍ରାର୍ଥୀ ଅସ୍ଥାୟୀ ପଞ୍ଜୀକରଣ ନମ୍ବର ଏବଂ ପାସ୍‌ୱାର୍ଡକୁ ନୋଟ୍ କରିବା ଉଚିତ। ଅସ୍ଥାୟୀ ପଞ୍ଜୀକରଣ ନମ୍ବର ଏବଂ ପାସ୍‌ୱାର୍ଡକୁ ସୂଚୀତ କରୁଥିବା ଏକ ଇମେଲ୍ ଓ ଏସ୍‌ଏମ୍‌ଏସ୍ ମଧ୍ୟ ପଠାଯିବ।

ଆପଣ ପ୍ରୋଭିଜନାଲ୍‌ ରେଜିଷ୍ଟ୍ରେସନ ନମ୍ବର ଓ ପାସ୍‌ୱାର୍ଡ ବ୍ୟବହାର କରି ସେଭ୍ ହୋଇଥିବା ଡାଟା ପୁନର୍ବାର ଖୋଲିପାରିବେ ଏବଂ ଆବଶ୍ୟକ ହେଲେ ଏଡିଟ୍ ମଧ୍ୟ କରିପାରିବେ ।

(୩) ପ୍ରାର୍ଥୀମାନେ ଅପଲୋଡ୍ କରିବା ଆବଶ୍ୟକ

- ଫଟୋଗ୍ରାଫ୍

- ଦସ୍ତଖତ

- ବାମ ବୁଢା ଆଙ୍ଗୁଠି ଇମ୍ପ୍ରେସନ୍

- ଏକ ହାତ ଲେଖା ଘୋଷଣା

ଗାଇଡ୍‌ଲାଇନ୍‌ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଡକ୍ୟୁମେଣ୍ଟଗୁଡିକର ସ୍କାନିଂ ଏବଂ ଅପଲୋଡ୍ କରନ୍ତୁ (Annexure III)।

(୪) ପ୍ରାର୍ଥୀମାନେ ନିଜେ ଅନଲାଇନ୍ ଆବେଦନକୁ ଯତ୍ନର ସହ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି କାରଣ ଅନ୍‌ଲାଇନ୍ ଆବେଦନରେ ଭରାଯାଇଥିବା କୌଣସି ତଥ୍ୟରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ। ଅନ୍‌ଲାଇନ୍ ଆବେଦନ ଫର୍ମ ଦାଖଲ କରିବା ପୂର୍ବରୁ ଅନ୍‌ଲାଇନ୍ ଆବେଦନ ଫର୍ମରେ ସବିଶେଷ ତଥ୍ୟ ଯାଞ୍ଚ କରିବାକୁ ଏବଂ ଆବଶ୍ୟକ ହେଲେ ରୂପାନ୍ତର କରିବାକୁ “SAVE AND NEXT” ଫେସିଲିଟି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।।

COMPLETE REGISTRATION ବଟନ୍ କ୍ଲିକ୍ କରିବା ପରେ କୌଣସି ପରିବର୍ତ୍ତନ ଅନୁମୋଦିତ ନୁହେଁ। ଦୃଷ୍ଟିହୀନ ପ୍ରାର୍ଥୀମାନେ ସଠିକ୍ ଭାବରେ ଯାଞ୍ଚ / ସବିଶେଷ ତଥ୍ୟ ଭରିବା ପାଇଁ ଦାୟୀ। ଅନ୍‌ଲାଇନ୍ ଆବେଦନ ଫର୍ମରେ ସଠିକ୍ ଯାଞ୍ଚ କରିବା ସହ ନିଶ୍ଚିତ ହେବା ଉଚିତ ଯେ ସବୁ ତଥ୍ୟ ଠିକ୍ ଅଛି। କାରଣ ଦାଖଲ ପରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ।

(୫) ପ୍ରାର୍ଥୀ ଅନ୍‌ଲାଇନ୍ ଆବେଦନପତ୍ରରେ ସୂଚିତ କରିବା ଉଚିତ ଯେ ସେମାନେ କେଉଁ ରାଜ୍ୟରେ ପ୍ରୋଭିଜନାଲ୍ ଆଲଟ୍‌ମେଣ୍ଟ୍ ପାଇଁ ଚୟନ କରାଯିବେ। ଥରେ ପୂରଣ ହୋଇଥିବା ବିକଳ୍ପ ଅପରିବର୍ତ୍ତନୀୟ।

IBPS
Advertisment
Advertisment