• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ଭାରତ ଭିତରେ ଅଧିକ ଦରମା ଥିବା ଚାକିରି ଖୋଜୁଛନ୍ତି କି ? ଯେଉଁ ଚାକିରିରେ ଆପଣଙ୍କୁ ବାର୍ଷିକ ୫୦ରୁ ୭୧୦ ଲକ୍ଷ ଟଙ୍କା ବେତନ ମିଳିବ । ତେବେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।

ଭାରତ ଭିତରେ ସବୁଠାରୁ ଅଧିକ ଦରମା ଦେଉଥିବା ଚାକିରି ଗୁଡ଼ିକ ହେଉଛି...

ସଫ୍ଟଓୟାର ଆର୍କିଟେକ୍ଟ

ସଫ୍ଟୱେର୍ ଆର୍କିଟେକ୍ଟ ହେଉଛି ଏକ କମ୍ପ୍ୟୁଟର ପ୍ରୋଗ୍ରାମର୍ । ଏହାକୁ କମ୍ପ୍ୟୁଟର ମ୍ୟାନେଜର ବି କୁହାଯାଏ । ଯିଏ ହାଇ ଲେବୁଲ ଡିଜାଇନ୍ ପସନ୍ଦ କରେ, ସଫ୍ଟୱେର୍ କୋଡିଂ କରେ, ଟୁଲ ଏବଂ ପ୍ଲାଟଫର୍ମ ତିଆରି କରିଥାଏ । ଭାରତରେ ଛାତ୍ରମାନେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ଏହି ସଫ୍ଟୱେର୍ ଆର୍କିଟେକ୍ଟ କୋର୍ସ କରିପାରିବେ । ଏହି ପାଠ୍ୟକ୍ରମ ପଢ଼ିବା ପରେ, ଛାତ୍ରମାନେ ଅଧିକ ବେତନ ଯୁକ୍ତ ଚାକିରି ପାଇଥାନ୍ତି । ଏହି ଚାକିରି କରି ଜଣେ ବାର୍ଷିକ ୮୦ ଲକ୍ଷ ଟଙ୍କା ରୋଜଗାର କରିପାରିବ ।

ଡାଟା ସାଇଣ୍ଟିଷ୍ଟ

ଅଧିକାଂଶ କମ୍ପାନୀ ଆଗୁଆ ରହିବା ପାଇଁ ବା ନିଜକୁ ବଡ଼ ବୋଲି ଦେଖେଇ ହେବା ପାଇଁ ଡାଟା ସାଇଣ୍ଟିଷ୍ଟମାନଙ୍କ ସାହାଯ୍ୟ ନେଇଥାନ୍ତି । ଏହି ସାଇଣ୍ଟିଷ୍ଟମାନେ ଫଳାଫଳକୁ ଅତି କମ୍ ସମୟରେ ବିଶ୍ଳେଷଣ କରିଥାନ୍ତି । ଗୁଗୁଲ, ଆମାଜନ, ମାଇକ୍ରୋସଫ୍ଟ, ଇବେ, ଲିଙ୍କଡଇନ୍, ଫେସବୁକ୍ ଏବଂ ଟ୍ୱିଟର ଭଳି କମ୍ପାନୀମାନଙ୍କୁ ଡାଟା ସାଇଣ୍ଟିଷ୍ଟ ନିହାତି ଜରୁରୀ । ସେମାନେ ଅଧିକମାତ୍ରାରେ ଡାଟା ସଂରକ୍ଷିତ କରସି ରଖିଥାନ୍ତି । ଏହି ଡାଟା ସାଇଣ୍ଟିଷ୍ଟମାନଙ୍କର ହାରାହାରି ବାର୍ଷିକ ବେତନ ୬୩ ଲକ୍ଷ ଟଙ୍କା ରହିଥାଏ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇଞ୍ଜିନିୟରିଂ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି ଦୁନିଆର ସବୁଠାରୁ ତୀବ୍ର ଗତିରେ ଆଗେଇ ଚାଲିଥିବା ଟେକ୍ନୋଲୋଜି । ଲୋକେ ଖୁବ୍‌ ଶୀଘ୍ର ଏହାକୁ ଗ୍ରହଣ କରିନେଉଛନ୍ତି । ଏହି କାରଣରୁ AI ଇଞ୍ଜିନିୟରଙ୍କ ଚାହିଦା ଏବେ ଖୁବ୍‌ ଅଧିକ । AI ଇଞ୍ଜିନିୟର ମାନଙ୍କ ବେତନ ଏବେ ବହୁତ ଅଧିକ । ଆମେରିକୀୟ ସର୍ଭେ ୱେବସାଇଟ୍ ଗ୍ଲାସଡୋର ଅନୁଯାୟୀ, ଜଣେ AI ଇଞ୍ଜିନିୟର ଭାରତରେ ବାର୍ଷିକ ୪୫ରୁ ୬୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ପାଇଲଟ

ପାଇଲଟ ଚାକିରି ବି କିଛି କମ୍‌ ନୁହେଁ । ଏଥିପାଇଁ ଭଲ ବିଜ୍ଞାନ ଓ ଗଣିତ ଜ୍ଞାନ ରହିଥିବା ନିହାତି ଜରୁରୀ । ମିଲିଟାରୀରେ ପାଇଲଟ୍‌ ଚାକିରି ଯେତିକି ଗୁରୁତ୍ୱ ଦିଆଯାଏ ବିଭିନ୍ନ ଘରୋଇ ବିମାନ କମ୍ପାନୀରେ ବି ଏହି ଚାକିରିକୁ ସେତିକି ଗୁରୁତ୍ୱ ଦିଆଯାଏ । ଏହି କ୍ଷେତ୍ରରେ ଚାକିରି କଲେ ଜଣେ ମାସିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ପାଇପାରିବ । ଏହି ଚାକିରି ପାଇଁ ବାଧ୍ୟତାମୂଳକ ଭାବେ ଫଜିକ୍ସ, କେମେଷ୍ଟ୍ରୀ ଓ ଗଣିତ ବିଷୟ ଦଶମ ଓ ଯୁକ୍ତ ୨ରେ ରହିଥିବା ଜରୁରୀ । ଏହାସହ ଆଭିଏସନ୍‌ କୋର୍ସ ମଧ୍ୟ ଜରୁରୀ ।

ଡିଜିଟାଲ ମାର୍କେଟର

ଏହି ଚାକିରିର ବି ଏବେ ଖୁବ୍‌ ଚାହିଦା ରହିଛି । କାରଣ ଏବେ ସୋସିଆଲ ମିଡିଆର ଜମାନା । ଅନେକ ଛାତ୍ରଛାତ୍ରୀ ଏବେ ଏହି ଦିଗ ପ୍ରତି ଆକୃଷ୍ଟ ହୋଇ ଏଥିରେ କାମ କରିବା ଆରମ୍ଭ କରିସାରିଲେଣି । ଅନେକ ଏହା ଉପରେ ରିସର୍ଚ୍ଚ କରି ଅଧିକ ଜ୍ଞାନ ମଧ୍ୟ ଆହରଣ କଲେଣି । ସେହିଭଳି ଏହି ଡିଜିଟାଲ ମାର୍କେଟିଂ କରି ଜଣେ ବ୍ୟକ୍ତି ବାଷିକ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଏବେ ବିଭିନ୍ନ ଅନୁଷ୍ଠାନ ଡିଜିଟାଲ ମାର୍କେଟିଂ କୋର୍ସ ମଧ୍ୟ ଉପଲବ୍ଧ କଲେଣି ।