Advertisment

୧୦ମ ପାଶ୍ କରିଥିଲେ ଭାରତୀୟ ଡାକ ସେବାରେ ଚାକିରି; ଦରମା ୬୦ ହଜାର ଉପରେ

ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଭାରତୀୟ ଡାକ ସେବାରେ କରିପାରିବେ ଚାକିରି। ମାସିକ ଦରମା ୬୦ ହଜାର ଉପରେ ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
Great opportunity to get staff car driver for 10th pass in india post

Great opportunity to get staff car driver for 10th pass in india post

ଭାରତୀୟ ଡାକ ସେବା ତାମିଲନାଡୁ ସର୍କଲ୍ ୫୮ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ତାମିଲନାଡୁ ଡାକ ସର୍କଲ ଅନ୍ତର୍ଗତ ଏକାଧିକ ଜୋନ୍ ପାଇଁ ଏହି ପୋଷ୍ଟ ଉପଲବ୍ଧ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ୩୧ ମାର୍ଚ୍ଚ ୨୦୨୩ ବା ଏହା ପୂର୍ବରୁ ଆବେଦନ କରିପାରିବେ। ଏନେଇ ଭାରତୀୟ ଡାକସେବାର ଅଫିସିଆଲ୍ ୱେବସାଇଟ୍ indiapost.gov.in କୁ ଯିବାକୁ ପଡିବ।

Advertisment

ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଅତିରିକ୍ତ ଯୋଗ୍ୟତା ସହିତ ୧୦ମ ପାସ୍ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ଯୋଗ୍ୟତା, ବୟସ ସୀମା ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଜାଣିନେଇ ପାରିବେ।

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ୧୦ମ ଶ୍ରେଣୀ ପାସ୍ କରିଥିବା ଜରୁରୀ
  • ହାଲୁକା ଏବଂ ଭାରୀ ମୋଟର ଯାନ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ
  • ହାଲୁକା ଏବଂ ଭାରୀ ମୋଟର ଯାନ ଚଳାଇବାରେ ଅତି କମରେ ୩ ବର୍ଷର ଅଭିଜ୍ଞତା
  • ଗାଡିର ଯାନ୍ତ୍ରିକ ଜ୍ଞାନ (ଛୋଟମୋଟ ଖରାପ ସଜାଡିବା ପାଇଁ ସମର୍ଥ ହେବା ଉଚିତ୍) ଥିବା ଉଚିତ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ

ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା
  • ସର୍ବାଧିକ ଦରମା – ୬୩,୨୦୦ ଟଙ୍କା

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs India Post Office Recruitment
Advertisment
Advertisment