/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656925149.jpg)
Govt jobs without exam in powergrid
ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (POWERGRID) ରେ ଚାକିରି କରିବାକୁ ଯୋଜନା କରୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ POWERGRID ବିଭିନ୍ନ ପରିଚାଳନାଗତ ପୋଷ୍ଟ୍ଗୁଡିକ ପୂରଣ କରିବା ପାଇଁ ଆବେଦନ ଜାରି କରିଛି।
ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଯୋଗ୍ୟ ଏବଂ ଆବେଦନ କରିବାକୁ ଆଗ୍ରହୀ ତେବେ POWERGRIDର ଅଫିସିଆଲ୍ ୱେବ୍ସାଇଟ୍ powergrid.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୯ ରହିଛି।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ www.powergrid.in ମାଧ୍ୟମରେ ଏହି ପୋଷ୍ଟ୍ଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଏହାଛଡା ଏହି ଲିଙ୍କ୍ POWERGRID Recruitment 2022 Notification PDF ଉପରେ କ୍ଲିକ୍ କରି ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୨ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ କରିବାର ଆରମ୍ଭ ତାରିଖ – ଜୁନ୍ ୨୭
- ଆବେଦନ କରିବାର ଶେଷ ତାରିଖ – ଜୁଲାଇ ୧୯
ଖାଲି ପଦବୀ:
- ଡେପୁଟି ମ୍ୟାନେଜର : ୧୭ଟି ପୋଷ୍ଟ୍
- ଆସିଷ୍ଟାଣ୍ଟ୍ ମ୍ୟାନେଜର : ୧୫ଟି ପୋଷ୍ଟ୍
ଯୋଗ୍ୟତା :
- ସରକାରୀ ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।
ଚୟନ ପ୍ରକ୍ରିୟା :
- ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ଆବେଦନର ଯାଞ୍ଚ ଏବଂ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ଚୟନ ହେବ।
ଆବେଦନ ଶୁଳ୍କ :
- ଆବେଦନ ଶୁଳ୍କ ୫୦୦ ଟଙ୍କା ଥିବା ବେଳେ ଅନ୍ଲାଇନ୍ ପେମେ୍ଣ୍ଟ ଗେଟ୍ୱେ ମାଧ୍ୟମରେ ଦେୟ ପ୍ରଦାନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)