Advertisment

+୨ କରିଛନ୍ତି କି; ବିନା ପରୀକ୍ଷାରେ ଭଲ ଦରମାରେ ରେଳବାଇରେ ଚାକିରି

RRC ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

author-image
Pramod Behera
Railway Recruitment 2022

Railway Recruitment 2022

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ ରେଳବାଇ ନିଯୁକ୍ତି ସେଲ୍ (RRC), ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍ rrc-wr.com କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶେଷ ତାରିଖ ହେଉଛି ଅକ୍ଟୋବର ୪।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://rrc-wr.com/ ମାଧ୍ୟମରେ ବି ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବେ ସେମାନେ ଏହି ଲିଙ୍କରେ Indian Railway Recruitment 2022 Notification PDF କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ କରାଯାଉଛି। ଏହି ପ୍ରକ୍ରିୟାରେ ମୋଟ ୧୬ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ସେପ୍ଟେମ୍ବର ୫
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଅକ୍ଟୋବର ୪
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ ସଂଖ୍ୟା - ୧୬

ଯୋଗ୍ୟତା ମାନଦଣ୍ଡ:

  • ବିଭିନ୍ନ ପୋଷ୍ଟ୍ ପାଇଁ ଗ୍ରାଜୁଏସନ୍‌ ଓ +2 ଭଳି ଯୋଗ୍ୟତା ଜରୁରୀ ଥିବା ବେଳେ ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ।

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଉଚିତ।

ଆବେଦନ ଶୁଳ୍କ:

  • ଏସ୍‌ସି / ଏସ୍‌ଟି / ପୂର୍ବତନ ସୈନିକ / ମହିଳା, ସଂଖ୍ୟାଲଘୁ * ଏବଂ ଆର୍ଥିକ ପଛୁଆ ବର୍ଗ – ୨୫୦ ଟଙ୍କା
  • ଅନ୍ୟମାନେ – ୫୦୦ ଟଙ୍କା

ଦରମା : ୯୧ ହଜାରରୁ ଅଧିକ

Govt Jobs Railway Recruitment Railway Recruitment 2022
Advertisment
Advertisment