/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660738691.jpg)
Govt jobs can be get on these posts in hal without exam
ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ୍ (HAL), ବୈଷୟିକ ତାଲିମ ପ୍ରତିଷ୍ଠାନ (TTI), ହାଲ୍ (BC), ବାଙ୍ଗାଲୋର ଆପ୍ରେଣ୍ଟିସ୍ ପୋଷ୍ଟ୍ ନିଯୁକ୍ତି ପାଇଁ ଆବେଦନକୁ ଜାରି କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ HAL ର ଅଫିସିଆଲ୍ ୱେବସାଇଟ୍ hal-india.co.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://hal-india.co.in/ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହାଛଡା ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବେ ସେମାନେ ଏହି ଲିଙ୍କ୍ HAL Recruitment 2022 Notification PDF ମାଧ୍ୟମରେ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୨୦ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୦୯ ରହିଛି।
ଖାଲି ପଦବୀ:
ମୋଟ ପୋଷ୍ଟ୍ ସଂଖ୍ୟା- ୧୨୦
ଯୋଗ୍ୟତା :
ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ୬୦% ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିଥିବା ଉଚିତ।
ବୟସ ସୀମା:
ପ୍ରାର୍ଥୀଙ୍କ ବୟସ ସୀମା ୦୧-୧୦-୨୦୨୨ ସୁଦ୍ଧା ୧୫-୧୮ ବର୍ଷ ମଧ୍ୟରେ ହେବା ଉଚିତ।
ଅନ୍ୟାନ୍ୟ ସୂଚନା:
ପ୍ରାର୍ଥୀମାନେ ସେମାନଙ୍କର ଆବେଦନକୁ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ବୈଷୟିକ ତାଲିମ ପ୍ରତିଷ୍ଠାନ (ଟିଟିଇ), ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ସୁରଂଜନ ଦାସ ରୋଡ୍, ବିମାନପୁରା ପୋଷ୍ଟ୍, ବାଙ୍ଗାଲୋର - ୫୬୦୦୧୭କୁ ପଠାଇବାକୁ ପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)