Advertisment

Career Tips: ବାରମ୍ବାର ଚେଷ୍ଟା ପରେ ମିଳୁନି ସରକାରୀ ଚାକିରି... ଏହି ୬ଟି ଉପାୟ ମାନନ୍ତୁ, ସଫଳତା ହାତ ମୁଠାରେ

ସରକାରୀ ଚାକିରିଟିଏ ପାଇବାକୁ ଚାହୁଁଥିବା ଯୁବକମାନେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ସେମାନେ ଯଦି କିଛି ଟିପ୍ସକୁ ଗ୍ରହଣ କରନ୍ତି ତେବେ ସେମାନଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଏହି ଟିପ୍ସଗୁଡିକ ଜାଣିବା, ଯାହା ଏକ ସରକାରୀ ଚାକିରି ପ୍ରସ୍ତୁତିରେ ଆପଣଙ୍କୁ ସାହାଯ୍ୟ କରିବ।

ଅଦ୍ୟତନ ହୋଇଛି
Government jobs preparation tips

Government jobs preparation tips know how to clear exams

Advertisment

ଭାରତର ପ୍ରତ୍ୟେକ ଯୁବକଙ୍କ ଭିତରେ ସରକାରୀ ଚାକିରିର ଇଛାଟିଏ ଥାଏ। ଏନେଇ ସେମାନେ କଠିନ ପରିଶ୍ରମ ମଧ୍ୟ କରନ୍ତି। ସରକାରୀ ଚାକିରି ପାଇବା ପାଇଁ ଦେଶର କୋଟି କୋଟି ଯୁବକ ବିଭିନ୍ନ ପରୀକ୍ଷାରେ ଉପସ୍ଥିତ ହୁଅନ୍ତି। ଅନେକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳେ ଯେ ସେମାନେ ସରକାରୀ ଚାକିରି ଇଛାରେ ନିଜର ସମସ୍ତ ଯୌବନକୁ ବଳିଦାନ ଦିଅନ୍ତି, ତଥାପି ସରକାରୀ ଚାକିରିଟିଏ ମିଳେ ନାହିଁ।

Advertisment

ଯଦି ଆପଣ ମଧ୍ୟ ଏକ ସରକାରୀ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଆଉ ବାରମ୍ଭାର ଚେଷ୍ଟା ପରେ ମଧ୍ୟ ବିଫଳ ହେଉଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ। ସରକାରୀ ଚାକିରିଟିଏ ପାଇବା ପାଇଁ ଜଣେ ପ୍ରାର୍ଥୀଙ୍କୁ କେବଳ କଠିନ ପରିଶ୍ରମ ନୁହେଁ, ସଠିକ୍ ରଣନୀତି ସହିତ ମଧ୍ୟ ପ୍ରସ୍ତୁତ ହେବାକୁ ପଡେ।

ଅଧିକ ପଢ଼ନ୍ତୁ: Career Tips: ଆପଣ ଚାକିରି ହରାଇ ଚିନ୍ତାରେ ଅଛନ୍ତି କି… ଏହି ୫ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ସାଙ୍ଗେ ସାଙ୍ଗେ ମିଳିଯିବ ନୂଆ କାମ

Advertisment

ତେବେ ସରକାରୀ ଚାକିରିଟିଏ ପାଇବାକୁ ଚାହୁଁଥିବା ଯୁବକମାନେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ସେମାନେ ଯଦି କିଛି ଟିପ୍ସକୁ ଗ୍ରହଣ କରନ୍ତି ତେବେ ସେମାନଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଏହି ଟିପ୍ସଗୁଡିକ ଜାଣିବା, ଯାହା ଏକ ସରକାରୀ ଚାକିରି ପ୍ରସ୍ତୁତିରେ ଆପଣଙ୍କୁ ସାହାଯ୍ୟ କରିବ।

ପରୀକ୍ଷା ପାଟର୍ନ ଏବଂ ସିଲାବସ୍:

ସର୍ବପ୍ରଥମେ, ପ୍ରାର୍ଥୀଙ୍କୁ ପରୀକ୍ଷା ପାର୍ଟନ୍‌ ଏବଂ ସିଲାବସ୍‌କୁ ଭଲଭାବେ ବୁଝିବାକୁ ପଡିବ ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ଆସେ ଏବଂ କେଉଁ ବିଷୟ ଉପରେ ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ।

Advertisment

ସମୟ ପରିଚାଳନା:

ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ସେମାନଙ୍କର ସମୟକୁ ସଠିକ୍ ଭାବରେ ପରିଚାଳନା କରିବାକୁ ପଡିବ। ଆପଣଙ୍କ କାର୍ଯ୍ୟସୂଚୀରେ ଅଧ୍ୟୟନ ପାଇଁ ପର୍ଯ୍ୟାପ୍ତ ସମୟ ବାହାର କରିବାକୁ ପଡିବ।

ପୂର୍ବ ବର୍ଷର ପ୍ରଶ୍ନପତ୍ରଗୁଡିକ ସମାଧାନ:

ପ୍ରସ୍ତୁତି ପାଇଁ ପ୍ରାର୍ଥୀମାନଙ୍କୁ ପୂର୍ବ ବର୍ଷର ପ୍ରଶ୍ନପତ୍ରର ସମାଧାନ କରିବାକୁ ହେବ। ଏହା ପରୀକ୍ଷାର ପାଟର୍ନ ଏବଂ ସିଲାବସ୍ ବିଷୟରେ ପରିଚୟ କରିବା ସହିତ ପରୀକ୍ଷାର ସ୍ତର ଏବଂ ପ୍ରଶ୍ନର ମାନ ବିଷୟରେ ଜ୍ଞାନ ମଧ୍ୟ ଦେଇଥାଏ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଚାକିରି ପାଇ ଉତ୍ସାହିତ କି; ଏହି ୬ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, କାମରେ ଆସିବନି ଚାପ

କୋଚିଂ କ୍ଲାସ୍:

ସରକାରୀ ଚାକିରି କରିବାକୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡିଲେ ଆପଣ କୋଚିଂ କ୍ଲାସରେ ଯୋଗ ଦେଇପାରିବେ। କୋଚିଂ କ୍ଲାସ୍ ପ୍ରାର୍ଥୀଙ୍କୁ ପରୀକ୍ଷା ପ୍ୟାର୍ଟନ୍ ଏବଂ ସିଲାବସ୍ ବିଷୟରେ ଭଲ ସୂଚନା ଦେଇଥାଏ ଏବଂ ଡାଉଟ୍ କ୍ଲିଅର୍‌ କରିବାରେ ଭଲ ଭାବେ ସାହାଯ୍ୟ କରେ।

ଆତ୍ମବିଶ୍ୱାସ:

ସରକାରୀ ଚାକିରି ପାଇଁ ସବୁଠାରୁ ବଡ ଶକ୍ତି ହେଲା ଆତ୍ମବିଶ୍ୱାସ। ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ପ୍ରାର୍ଥୀମାନେ ଆତ୍ମବିଶ୍ୱାସ ବଜାୟ ରଖିବା ଉଚିତ। ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ପ୍ରସ୍ତୁତ ହେବା ଜରୁରୀ।

ଅପ୍‌ଡେଟ୍ ରହିବା:

ଏକ ସରକାରୀ ଚାକିରି ପାଇଁ ଆବେଦନ କରିବା ପୂର୍ବରୁ ଆପଣଙ୍କୁ ସର୍ବଶେଷ ବିଜ୍ଞପ୍ତି, ଖାଲି ପଦବୀ, ପରୀକ୍ଷା ତାରିଖ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ବିଷୟରେ ଅପ୍‌ଡେଟ୍ ରହିବାକୁ ପଡିବ। ଏଥିପାଇଁ ଆପଣ ସରକାରୀ ଜବ୍ ପୋର୍ଟାଲ୍‌ ଏବଂ ୱେବ୍‌ସାଇଟ୍ ବ୍ୟବହାର କରିପାରିବେ।

ଅଧିକ ପଢ଼ନ୍ତୁ: Career Tips: ଚାକିରି ଖୋଜିବା ବେଳେ ଆପଣ କରୁଛନ୍ତି କି ଏପରି ଭୁଲ୍… ପଡିପାରେ ମହଙ୍ଗା

Govt Jobs Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ