• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦେଶର ଜଣାଶୁଣା ବ୍ୟାଙ୍କ IDBI ବ୍ୟାଙ୍କ ନିକଟରେ ସ୍ପେସିଆଲିଷ୍ଟ କ୍ୟାଡର ଅଫିସର୍‌ ୨୦୨୩-୨୦୨୪ ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ଥିଲା। ବର୍ତ୍ତମାନ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି।

ପ୍ରାର୍ଥୀମାନେ ଜୁନ୍ ୬ ତାରିଖରୁ ସରକାରୀ ୱେବସାଇଟ୍ www.idbibank.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୨୦। ପୂର୍ବରୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ତାରିଖ ଜୁନ୍ ୧ ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଥିଲା।

ଖାଲି ପଦବୀ:

  • ମ୍ୟାନେଜର-ଗ୍ରେଡ୍ 'ବି' - ୮୪ଟି ପୋଷ୍ଟ୍
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ଏଜିଏମ୍) ଗ୍ରେଡ୍ 'ସି' - ୪୬ଟି ପୋଷ୍ଟ୍
  • ଡେପୁଟି ଜେନେରାଲ୍ ମ୍ୟାନେଜର (ଡିଜିଏମ୍) – ୬ଟି ପୋଷ୍ଟ୍
  • ମୋଟ୍ ପଦବୀ – ୧୩୬ଟି ପୋଷ୍ଟ୍

ବୟସ ସୀମା:

  • ମ୍ୟାନେଜର-ଗ୍ରେଡ୍ 'ବି' – ପ୍ରାର୍ଥୀଙ୍କ ଜନ୍ମ ୨ ମେ ୧୯୮୮ ପୂର୍ବରୁ ଏବଂ ୧ ମେ ୧୯୯୮ ପରେ ହୋଇ ନଥିବ।
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ଏଜିଏମ୍) ଗ୍ରେଡ୍ 'ସି'- ପ୍ରାର୍ଥୀଙ୍କ ଜନ୍ମ ୨ ମେ ୧୯୮୩ ପୂର୍ବରୁ ଏବଂ ୧ ମେ ୧୯୯୫ ପରେ ହୋଇ ନଥିବ।
  • ଡେପୁଟି ଜେନେରାଲ୍ ମ୍ୟାନେଜର (ଡିଜିଏମ୍) ଗ୍ରେଡ୍ 'ଡି'ରେ – ପ୍ରାର୍ଥୀଙ୍କ ଜନ୍ମ ୨ ମେ ୧୯୭୮ ପୂର୍ବରୁ ଏବଂ ୧ ମେ ୧୯୮୮ ପରେ ହୋଇ ନଥିବ।

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି
  • ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ୍ ପାଶ୍

ଦରମା:

  • ମ୍ୟାନେଜର-ଗ୍ରେଡ୍ 'ବି' – ୯୮ ହଜାର
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ଏଜିଏମ୍) ଗ୍ରେଡ୍ 'ସି' - ୧ ଲକ୍ଷ ୨୮ହଜାର
  • ଡେପୁଟି ଜେନେରାଲ୍ ମ୍ୟାନେଜର (ଡିଜିଏମ୍) – ୧ ଲକ୍ଷ ୫୫ ହଜାର

ଆବେଦନ ଶୁଳ୍କ:

  • SC / ST / PWD ବର୍ଗ – ୨୦୦ ଟଙ୍କା
  • ଅନ୍ୟନ୍ୟ ବର୍ଗ - ୧୦୦୦ ଟଙ୍କା