Advertisment

ଏହି ସବୁ ଯୋଗ୍ୟତା ଥିଲେ NABARDରେ କରିପାରିବେ ଚାକିରି

NABARDରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୭୦ଟି ପଦବୀ ପୂରଣ ହେବ।

author-image
Pramod Behera
NABARD Recruitment 2022

NABARD Recruitment 2022

ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (NABARD) ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ୍ A) ପଦବୀ ପୂରଣ କରିବା ନେଇ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ NABARDର ଅଫିସିଆଲ୍ ୱେବସାଇଟ୍ nabard.org କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://ibpsonline.ibps.in/nabaramjun22/ ଲିଙ୍କ୍ ଉପରେ କ୍ଲିକ୍ କରି ସିଧାସଳଖ ଆବେଦନ କରିପାରିବେ। ଏଥିସହ ଆପଣ ଏହି ଲିଙ୍କ୍ NABARD Grade A Recruitment 2022 Notification PDF ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୭୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ - ଜୁଲାଇ ୧୮
  • ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ - ୭ ଅଗଷ୍ଟ
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ ସଂଖ୍ୟା - ୧୭୦

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ପ୍ରାର୍ଥୀମାନଙ୍କର ରହିବା ଉଚିତ। ବିଜ୍ଞପ୍ତି ଦେଖନ୍ତି।

ଆବେଦନ ଶୁଳ୍କ:

  • SC / ST / PWBD ପାଇଁ - ୧୫୦ ଟଙ୍କା
  • ଅନ୍ୟମାନଙ୍କ ପାଇଁ - ୮୦୦ ଟଙ୍କା

ବୟସ ସୀମା:

  • ଗ୍ରେଡ୍ A RDBS ଏବଂ ରାଜଭାଷା - ୨୧ ରୁ ୩୦ ବର୍ଷ
  • ଗ୍ରେଡ୍ AP ଏବଂ SS - ୨୫ ରୁ ୪୦ ବର୍ଷ

ଚୟନ ପ୍ରକ୍ରିୟା:

  • ନାବାର୍ଡ ଗ୍ରେଡ୍ ଏ ପ୍ରାଥମିକ ପରୀକ୍ଷା
  • ନାବାର୍ଡ ଗ୍ରେଡ୍ ଏ ମୁଖ୍ୟ ପରୀକ୍ଷା
  • ନାବାର୍ଡ ଗ୍ରେଡ୍ ଏ ସାକ୍ଷାତକାର
Govt Jobs NABARD Recruitment 2022
Advertisment
Advertisment