Advertisment

ସୁବର୍ଣ୍ଣ ସୁଯୋଗ; ବିନା ପରୀକ୍ଷାରେ NHAI ରେ ମ୍ୟାନେଜର୍‌

NHAI ମ୍ୟାନେଜର୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।

author-image
Pramod Behera
Golden chance to become manager without exam

Golden chance to become manager without exam

ନ୍ୟାସ୍‌ନାଲ୍‌ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ମ୍ୟାନେଜର୍‌ (ଆଡମିନିଷ୍ଟ୍ରେସନ୍ ଏବଂ ଲିଗାଲ୍) ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍) ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ NHAIର ଅଫିସିଆଲ୍ ୱେବ୍‌ସାଇଟ୍, nhai.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ https://nhai.gov.in/#/ ରେ କ୍ଲିକ୍ କରି ଆବେଦନ କରିପାରିବେ। ଯେଉଁମାନେ ଏହି ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NHAI Recruitment 2023 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୮ଟି ପଦବୀ ପୂରଣ ହେବ। ଏହି ନିଯୁକ୍ତି ଡେପୁଟେସନ୍ ଆଧାରରେ କରାଯାଉଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ଜାନୁଆରୀ ୧୯

ଖାଲି ପଦବୀ:

  • ମୋଟ ପୋଷ୍ଟ ସଂଖ୍ୟା - ୧୮
  • ମ୍ୟାନେଜର୍ (ଆଡମିନିଷ୍ଟ୍ରେସନ୍ ଏବଂ ଲିଗାଲ୍)- ୧୪ ଟି ପୋଷ୍ଟ
  • ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍) - ୪ଟି
Advertisment

ଯୋଗ୍ୟତା:

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତିରେ ଥିବା ଯୋଗ୍ୟତା ଥିବା ଆବଶ୍ୟକ।

ଏହି ନିଯୁକ୍ତି କେବଳ ଯୋଗ୍ୟତା ଭିତ୍ତିରେ ହେବ। କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ।

ବୟସ ସୀମା:

ଏହି ପଦବୀ ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କର ବୟସ ୫୬ ବର୍ଷ ଭିତରେ ହୋଇଥିବା ଉଚିତ।

Govt Jobs
Advertisment
Advertisment