Advertisment

କେବଳ ସାକ୍ଷାତକାର ଦେଇ UPSC ରେ ଅଫିସର୍ ହେବାର ସୁବର୍ଣ୍ଣ ସୁଯୋଗ

ଅଫିସର୍ ପଦବୀ ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବିନା ପରୀକ୍ଷାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଜାଣନ୍ତୁ କିପରି କରିବେ ଆବେଦନ।

author-image
Pramod Behera
Golden chance to become an officer without exam in upsc

Golden chance to become an officer without exam in upsc

ଇନ୍‌ଭେଷ୍ଟିଗେଟର୍ ଗ୍ରେଡ୍ ୧ ଏବଂ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ୟୁନିଅନ୍ ପବ୍ଲିକ୍ ସର୍ଭିସ୍‌ କମିଶନ (UPSC) ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ UPSCର ଅଫିସିଆଲ୍ ୱେବସାଇଟ୍, upsc.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍‌ https://www.upsc.gov.in/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଆହୁରି ମଧ୍ୟ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ୍ UPSC Recruitment 2022 Notification PDF ମାଧ୍ୟମରେ ଦେଖି କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ୧୦ ନଭେମ୍ବର

ଖାଲି ପଦବୀ:

  • ଏକ୍ସଟେନ୍‌ସନ୍ ଅଫିସର୍ : ୧ ପୋଷ୍ଟ୍‌
  • ଜୁନିଅର ବୈଜ୍ଞାନିକ ଅଧିକାରୀ: ୨ ଟି ପୋଷ୍ଟ୍‌
  • ଇନ୍‌ଭେଷ୍ଟିଗେଟର୍ ଗ୍ରେଡ୍ ୧: ୧୨ ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନଙ୍କର ସରକାରୀ ବିଜ୍ଞପ୍ତିରେ ଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ
  • ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୫ ଟଙ୍କା ଦେବାକୁ ପଡିବ
  • SC / ST / PWBD / ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ

ଚୟନ ପ୍ରକ୍ରିୟା :

  • ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ
  • ୧୦୦ ନମ୍ବର ବିଶିଷ୍ଟ ସାକ୍ଷାତକାର ହେବ
  • ସାଧାରଣ ଏବଂ EWS ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦ ମାର୍କ
  • OBC ବର୍ଗ ପାଇଁ ୪୫ ମାର୍କ
  • SC / ST / PwBD ବର୍ଗ ପ୍ରାର୍ଥୀଙ୍କ ପାଇଁ ୪୦ ମାର୍କ

କିପରି କରିବେ ଆବେଦନ:

  • UPSC ନିଯୁକ୍ତି ୱେବ୍‌ସାଇଟ୍ upsconline.nic.in କୁ ଯାଆନ୍ତୁ
  • “ୱାନ୍ ଟାଇମ୍ ରେଜିଷ୍ଟ୍ରେସନ (OTR)” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ରେଜିଷ୍ଟ୍ରେସନ ପ୍ରୋଫାଇଲ୍ ସୃଷ୍ଟି କରନ୍ତୁ
  • ପୋଷ୍ଟ ପାଇଁ ଆବେଦନ କରନ୍ତୁ ଏବଂ ସବିଶେଷ ତଥ୍ୟ ପୂରଣ କରନ୍ତୁ
  • ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଦେୟ ଦେଇ ଫର୍ମ ଦାଖଲ କରନ୍ତୁ
  • ସବମିଟ୍ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଶେଷରେ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
UPSC Recruitment Govt Jobs
Advertisment
Advertisment