Advertisment

ନାଭିରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ହୁଅନ୍ତୁ ଅଫିସର୍

ଏସ୍‌ଏସ୍‌ସି ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି। ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେତେ ପଦବୀ ଖାଲି ଆଉ ଆବେଦନର ଶେଷ ତାରିଖ।

author-image
Pramod Behera
SSC Recruitment 2022

SSC Recruitment 2022

ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କାର୍ଯ୍ୟନିର୍ବାହୀ ଶାଖାରେ ସର୍ଟ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କରେ https://www.joinindiannavy.gov.in/en/careers-jobs/executive.html କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହୁଛନ୍ତି ତେବେ ସେମାନେ ଏହି ଲିଙ୍କ୍ Indian Navy SSC Recruitment 2022 Notification PDF ରେ କ୍ଲିକ୍ କରି ବିଜ୍ଞପ୍ତି ଦେଖିପାରିନେ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୫୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ – ୦୫ ଅଗଷ୍ଟ
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ – ୧୫ ଅଗଷ୍ଟ
Advertisment

ଖାଲି ପଦବୀ:

  • ପୋଷ୍ଟଗୁଡିକର ମୋଟ ସଂଖ୍ୟା – ୫୦

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ବିଶ୍ୱବିଦ୍ୟାଳୟ / କଲେଜ / ପ୍ରତିଷ୍ଠାନରୁ ୬୦% ମାର୍କ ସହିତ ଇଞ୍ଜିନିୟରିଂ (ନିୟମିତ / ଇଣ୍ଟିଗ୍ରେଟେଡ୍) ଡିଗ୍ରୀ ହାସଲ କରିଥିବା ଉଚିତ।

ବୟସ:

  • ପ୍ରାର୍ଥୀମାନେ ୦୨ ଜାନୁଆରୀ ୧୯୯୮ରୁ ୦୧ ଜୁଲାଇ ୨୦୦୩ ମଧ୍ୟରେ ଜନ୍ମ ହୋଇଥିବା ଉଚିତ।
Govt Jobs SSC Recruitment 2022
Advertisment
Advertisment