/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666962391.jpg)
For executive and MTS posts apply online
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ(IB), ସୁରକ୍ଷା ସହାୟକ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୋଷ୍ଟ୍ଗୁଡିକ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ନଭେମ୍ବର ୫ ରୁ ଆରମ୍ଭ ହେବ। ପ୍ରାର୍ଥୀମାନେ ନଭେମ୍ବର ୨୫ ପର୍ଯ୍ୟନ୍ତ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଇଚ୍ଛୁକ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ mha.gov.in କୁ ଯାଇ ଆବେଦନ କରିପାରିବେ।
ଏହା ବ୍ୟତୀତ ଯେଉଁମାନେ ଏହାର ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ IB 1671 Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ।
ଖାଲି ପଦବୀ:
- ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୬୭୧ଟି ପଦବୀ ପୂରଣ ହେବ।
- କାର୍ଯ୍ୟନିର୍ବାହୀ ଅଧିକାରୀ - ୧୫୬୧ଟି
- MTS ପଦବୀ - ୧୫୦ଟି
ଆବେଦନ ଶୁଳ୍କ:
- ଆବେଦନ କରିବା ନେଇ ପ୍ରାର୍ଥୀଙ୍କୁ ଶୁଳ୍କ ଭାବେ ୫ ଟଙ୍କା ଦେବାକୁ ପଡିବ।
ଶିକ୍ଷାଗତ ଯୋଗ୍ୟତା:
- ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଦଶମ ପାସ୍ କରିଥିବା ଉଚିତ
- ଏଥିସହ ପ୍ରାର୍ଥୀଙ୍କର ସ୍ଥାନୀୟ ଭାଷା ବିଷୟରେ ଜ୍ଞାନ ଥିବା ଆବଶ୍ୟକ
ବୟସ ସୀମା:
- ପୋଷ୍ଟଗୁଡିକ ପାଇଁ ସର୍ବାଧିକ ବୟସ ସୀମା ୨୭ ବର୍ଷ
- ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସରେ କୋହଳ ଦିଆଯିବ
ନିଯୁକ୍ତି ସହିତ ଜଡିତ ଅନ୍ୟାନ୍ୟ ସୂଚନା ପାଇଁ, ଏହି ଲିଙ୍କ୍ IB 1671 Recruitment 2022 Notification PDF ଦେଖନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)