Advertisment

Engineering Jobs: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି

ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀରେ ପାସ କରିଛନ୍ତି ୩୪ ହଜାର ୪୭୧ ପିଲା। ସେଥିରୁ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯। ବଳକା ୧୯ ହଜାର ୧୮୨ ଛାତ୍ରଛାତ୍ରୀ ବେକାର। ଡିପ୍ଲୋମା ସ୍ଥିତି ଆହୁରି ସାଙ୍ଘାତିକ।

undefined

Job

Advertisment

ଦିନେ ଇଞ୍ଜିନିୟରିଂ ପଢିଛ ମାନେ ଗର୍ବ ହେଉଥିଲା। ଚାକିରିରେ ଥାଟବାଟ ଥିଲା। ଭଲ ରୋଜଗାର ମଧ୍ୟ ହେଉଥିଲା। ହେଲେ ଏବେ ଇଞ୍ଜିନିୟରିଂ ପଢା ପରେ ଚାକିରି କ୍ଷେତ୍ରରେ ଲାଗିଛି ଲଗାମ! ସଙ୍କୁଚିତ ହୋଇଛି ନିଯୁକ୍ତି ସୁଯୋଗ।

Advertisment

ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀରେ ପାସ କରିଛନ୍ତି ୩୪ ହଜାର ୪୭୧ ପିଲା। ସେଥିରୁ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯। ବଳକା ୧୯ ହଜାର ୧୮୨ ଛାତ୍ରଛାତ୍ରୀ ବେକାର। ଡିପ୍ଲୋମା ସ୍ଥିତି ଆହୁରି ସାଙ୍ଘାତିକ। ୧୦ ବର୍ଷ ମଧ୍ୟରେ ଡିପ୍ଲୋମାରେ ପାସ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୪ ହଜାର ୧୮୯। ସେଥିରୁ ମାତ୍ର ୨୦ ହଜାର ୯୬ ପିଲା ପାଇଛନ୍ତି ଚାକିରି। ୩୪ ହଜାର ୫୧ ଜଣଙ୍କ ପାଇଁ ଚାକିରିର ନାଁ ଗନ୍ଧ ନାହିଁ। ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ରଖିଥିବା ଏଭଳି ତଥ୍ୟ ଚକିତ କରିଛି।

ଅଧିକ ପଢ଼ନ୍ତୁ : E-KYCକୁ ନେଇ ସନ୍ଦେହ ଥିଲେ ଟୋଲ୍ ଫ୍ରି ନଂ '୧୯୬୭' ଫୋନ୍‌ କର

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଇଞ୍ଜିନିୟରିଂ ଶିକ୍ଷାର ଏଭଳି ଦୟନୀୟ ଅବସ୍ଥା କାହିଁକି? କାହିଁକି ଇଞ୍ଜିନିୟରିଂ ଭଳି ନିଶ୍ଚିତ ନିଯୁକ୍ତି ସୁଯୋଗ ଥିବା ପାଠ ପଢି ବେକାର ହେଉଛନ୍ତି ଛାତ୍ରଛାତ୍ରୀ ? ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପିଲା ଚାକିରି ପାଉନାହାଁନ୍ତି କାହିଁକି? କେଉଁଠି ରହୁଛି ସମସ୍ୟା? ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨୮୦ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜ୍ ରହିଛି। ସେଥିରୁ ପ୍ରତିବର୍ଷ ଡିଗ୍ରୀ ଓ ଡିପ୍ଲୋମାକୁ ମିଶାଇ ପ୍ରାୟ ୯ହଜାର ପିଲା ପାସ୍ କରୁଛନ୍ତି। କ୍ୟାମ୍ପସ ସିଲେକ୍ସନକୁ ବାଦ୍ ଦେଲେ opsc, ossc, osssc ମାଧ୍ୟମରେ ରାଜ୍ୟ ସରକାର ନିଯୁକ୍ତି ଦେଉଛନ୍ତି। ତେବେ ବିଭିନ୍ନ ବିଭାଗରେ ପୋଷ୍ଟ ଫାଙ୍କା ପଡିଥିବା ସତ୍ତ୍ୱେ ଦୀର୍ଘଦିନ ଧରି ଚାକିରି ବାହାରୁନି। ଯେତିକି ବି ବିଜ୍ଞପ୍ତି ପ୍ରକାଶ ପାଉଛି, ତାହା ପର୍ଯ୍ୟାପ୍ତ ହେଉନି। କିଛି କ୍ଷେତ୍ରରେ ଚାକିରି ପାଇଁ ଲିଖିତ ପରୀକ୍ଷା ହେବାର ଦୀର୍ଘ ଦିନ ଧରି ଫଳ ପ୍ରକାଶ ପାଉନି ଏବଂ ରେଜଲ୍ଟ ପରେ ପୋଷ୍ଟିଂରେ ମଧ୍ୟ ବିଳମ୍ବ ହେଉଛି। ତେଣୁ ବେକାରୀ ବଢୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।

Advertisment

ପ୍ରତିବର୍ଷ ହଜାର ହଜାର ପିଲା ଇଞ୍ଜିନିୟରିଂ ପାସ କରୁଥିବା ବେଳେ ଚାକିରି ନପାଇ ହତାଶ। ସେପଟେ ସରକାର ଅବସର ପରେ ପୁନଃ ନିଯୁକ୍ତି ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।

BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ