Advertisment

ଗ୍ରାଜୁଏସନ୍‌ କରିଥିଲେ ପରମାଣୁ ଶକ୍ତି ବିଭାଗରେ ଚାକିରି କରିବାର ସୁଯୋଗ

ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍‌ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Department of Atomic Energy Recruitment 2023

Department of Atomic Energy has released a recruitment notification

ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ୬୫ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍‌ ହେବେ।

Advertisment

କେବଳ ସେହି ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ, ଯେଉଁମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି କିମ୍ବା ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି।

ଗୁତୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ - ୨୨ ଏପ୍ରିଲ
  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଶେଷ – ୧୫ ମେ
Advertisment

ଅଧିକ ପଢ଼ନ୍ତୁ: ସୁବର୍ଣ୍ଣ ସୁଯୋଗ; କେବଳ ସାକ୍ଷାତକାରରେ ଏୟାର ଇଣ୍ଡିଆରେ ଚାକିରି

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ୧୫ ମେ ୧୯୯୬ ରୁ ୧୫ ମେ ୨୦୦୫ ମଧ୍ୟରେ ଜନ୍ମ ହୋଇଥିବେ
  • ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମାରେ କୋହଳ ମିଳିବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୨୦୦ ଟଙ୍କା
  • ଏସ୍‌ସି, ଏସ୍‌ଟି, ପୂର୍ବତନ କର୍ମଚାରୀ, ଦିବ୍ୟାଙ୍ଗ ଓ ସମସ୍ତ ମହିଳା ପ୍ରାର୍ଥୀ – ଦେୟ ମୁକ୍ତ

କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ www.dpsdae କୁ ଯାଆନ୍ତୁ
  • ଏହା ପରେ ଏକ ନୂଆ ଲଗ୍‌ଇନ୍ ID ସୃଷ୍ଟି କରିବାକୁ ନୂଆ ପଞ୍ଜିକରଣ ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ଏଠାରୁ ପ୍ରାର୍ଥୀଙ୍କ ପଞ୍ଜୀକୃତ ମେଲ୍‌କୁ ଲଗଇନ୍ ଆଇଡି ଏବଂ ପାସ୍‌ୱାର୍ଡ ପଠାଯିବ
  • ଆବଶ୍ୟକ ବିବରଣୀ ସହିତ ଆପଣଙ୍କର ନିଯୁକ୍ତି ଆବେଦନ ଫର୍ମ ପୂରଣ କରନ୍ତୁ
  • ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏହାର ଏକ ପ୍ରିଣ୍ଟ ବାହାର କରନ୍ତୁ
Govt Jobs
Advertisment
Advertisment