Advertisment

ଏହି ଖବର ଦେଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଚାକିରି କରନ୍ତୁ

ଶ୍ରୀ ଭେଙ୍କଟେଶ୍ୱର କଲେଜ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କେବେ ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Delhi University non teaching recruitment 2022

Delhi University non teaching recruitment 2022

ଶ୍ରୀ ଭେଙ୍କଟେଶ୍ୱର କଲେଜ୍‌ (SVC), ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ପ୍ରଶାସନିକ ଅଧିକାରୀ, ଲାଇବ୍ରେରିଆନ, ସିନିୟର ପର୍ସନାଲ୍‌ ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ୍‌, ଲାଇବ୍ରେରୀ ଆଟେଣ୍ଡାଣ୍ଟ୍‌, ଲ୍ୟାବ୍ ଆସିଷ୍ଟାଣ୍ଟ, ଲ୍ୟାବ୍ ଆଟେଣ୍ଡାଣ୍ଟ ଇତ୍ୟାଦି ସହିତ ବିଭିନ୍ନ ଅଣ ଶିକ୍ଷକ ପଦରେ ସିଧା ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।

Advertisment

ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ www.svc.ac.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଅନ୍ୟାନ୍ୟ ବିବରଣୀ ନିମ୍ନରେ ଦିଆଯାଇଛି।

ଆବେଦନ ଶୁଳ୍କ:

  • ଜେନେରାଲ୍ / ଓବିସି / ଇଡବ୍ଲ୍ୟୁଏସ୍: ୧୦୦୦ ଟଙ୍କା
  • ଏସ୍‌ସି /ଏସ୍‌ଟି: ୫୦୦ ଟଙ୍କା
  • ପିଡବ୍ଲ୍ୟୁଡି / ମହିଳା: ଶୁଳ୍କ ମୁକ୍ତ
  • କେବଳ ଅନଲାଇନ୍ ମୋଡ୍‌ରେ ପେମେଣ୍ଟ କରାଯିବ।
Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ : ଜୁଲାଇ ୦୧
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ : ଜୁଲାଇ ୨୯
  • ପରୀକ୍ଷାର ତାରିଖ ବିଷୟରେ ପରେ ସୂଚନା ଦିଆଯିବ।

ବୟସ:

  • ବିଭିନ୍ନ ପଦବୀ ପାଇଁ ବୟସ ସୀମା ଭିନ୍ନ ରହିଛି। ଅଧିକ ବିବରଣୀ ପାଇଁ ଆପଣ ସରକାରୀ ବିଜ୍ଞପ୍ତି ଦେଖିପାରିବେ।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା, ଦକ୍ଷତା ପରୀକ୍ଷା (ଯଦି କୌଣସି ପୋଷ୍ଟ ପାଇଁ ଆବଶ୍ୟକ ହୁଏ), ଡକ୍ୟୁମେଣ୍ଟ୍ ଯାଞ୍ଚ, ଡାକ୍ତରୀ ପରୀକ୍ଷା ମାଧ୍ୟରେ ପ୍ରାର୍ଥୀ ଚୟନ କରାଯିବ।

କିପରି କରିବେ ଆବେଦନ:

  • ସରକାରୀ ବିଜ୍ଞପ୍ତିରୁ ଯୋଗ୍ୟତା ଯାଞ୍ଚ କରନ୍ତୁ
  • ନିମ୍ନରେ ଦିଆଯାଇଥିବା ଅନ୍‌ଲାଇନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ କିମ୍ବା svc.ac.in ୱେବସାଇଟ୍‌କୁ ଯାଆନ୍ତୁ
  • ଆବେଦନ ଫର୍ମ ପୁରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବଶ୍ୟକ ଫିସ୍ ଦିଅନ୍ତୁ
  • ଆବେଦନ ଫର୍ମ ପ୍ରିଣ୍ଟ୍ କରି ରଖନ୍ତୁ

Delhi University Non Teaching Recruitment 2022 Direct Link:

Govt Jobs DU Non Teaching Recruitment 2022
Advertisment
Advertisment