Advertisment

Home Guards Job: ଦଶମ ପାଶ୍ କରିଥିଲେ ହୋମ୍ ଗାର୍ଡ ଚାକିରି; ପୂରଣ ହେବ ୧୦୨୮୫ ପଦବୀ

ଦିଲ୍ଲୀ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହୋମ୍ ଗାର୍ଡ (DGHG) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦଶମ ପାଶ୍ କରିଥିଲେ ବି ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏନେଇ ଆବେଦନ ଆରମ୍ଭ ହୋଇଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Delhi Home Guard Recruitment 2024

Delhi invites applications for 10285 Home Guards

ଦିଲ୍ଲୀ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହୋମ୍ ଗାର୍ଡ (DGHG) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦଶମ ପାଶ୍ କରିଥିଲେ ବି ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏନେଇ ଆବେଦନ ଆରମ୍ଭ ହୋଇଯାଇଛି।

Advertisment

ଏହି ନିଯୁକ୍ତି ପାଇଁ ଆବେଦନ ଅନ୍‌ଲାଇନ୍‌ରେ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୦୨୮୫ ହୋମ୍ ଗାର୍ଡ ପଦବୀ ପୂରଣ ହେବ।

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ dghgenrollment.in ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

Advertisment

ଅଧିକ ପଢ଼ନ୍ତୁ: RECରେ ଖାଲି ପଡିଛି ଅନେକ ପଦବୀ; ଦରମା ୨ ଲକ୍ଷ ୬୦ ହଜାର

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଜାନୁୟାରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୩ ଫେବୃଆରୀ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ଆବେଦନକାରୀଙ୍କ ପାଇଁ ଦ୍ୱାଦଶ ପାସ୍ (ସିନିୟର ସେକେଣ୍ଡାରୀ)
  • ଏକ୍ସ-ସର୍ଭିସେସ୍ / ଏକ୍ସ-ସିଏଫ୍ଏଫ୍ ପର୍ସନାଲଙ୍କ ପାଇଁ ଦଶମ ପାଶ୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ପୂର୍ବତନ ଚାକିରିଆ ବା ପୂର୍ବତନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF) କର୍ମଚାରୀମାନେ ୫୪ ବର୍ଷ ବୟସ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଉଚ୍ଚତା:

  • ପୁରୁଷ ପ୍ରାର୍ଥୀଙ୍କ ସର୍ବନିମ୍ନ ଉଚ୍ଚତା – ୧୬୫ ସେମି
  • ମହିଳା ପ୍ରାର୍ଥୀଙ୍କ ସର୍ବନିମ୍ନ ଉଚ୍ଚତା – ୧୫୨ ସେମି

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ dghgenrollment.in କୁ ଯାଆନ୍ତୁ
  • ହୋମ୍‌ ପେଜ୍‌ରେ “Apply” ଲିଙ୍କ୍ ଚୟନ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରି ଆବେଦନ ପତ୍ର ପୂରଣ କରନ୍ତୁ
  • ଆବେଦନ ଶୁଳ୍କ ଦେଇ ଆଗକୁ ବଢନ୍ତୁ
  • ଆବେଦନ ଫର୍ମ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍‌ କରିଥିଲେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି; ପୂରଣ ହେବ ୮୩୬ଟି ପଦବୀ

Home Guard Govt Jobs
Advertisment
Advertisment