• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ । ପ୍ରାୟ ୧୦ ହଜାର ଠିକା କର୍ମଚାରୀ ବର୍ଷା ସତ୍ତ୍ୱେ ଭୁବନେଶ୍ୱରର ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି । ସମାନ କାମକୁ ସମାନ ନିୟମ ଦାବି ସହ ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି । ତା ସହିତ ସମାନ କାମକୁ ସମାନ ଦରମା ଦାବି କରିଛନ୍ତି ।

ଠିକା କର୍ମଚାରୀଙ୍କ ଅଭିଯୋଗ ଯେ, ୨୦୧୩ରେ ରାଜ୍ୟ ସରକାରଙ୍କ ନୂଆ ଠିକା ନିଯୁକ୍ତି ଆଇନ ପ୍ରଚଳନ କରିଥିଲେ । ଏହି ଆଇନରେ ବ୍ୟବସ୍ଥା ଥିଲା ଯେ, ନିୟମିତ କର୍ମଚାରୀଙ୍କ ଭଳି ଚାକିରୀ ଆଶାୟୀ ଓପିଏସସି ପରୀକ୍ଷା ଦେବେ, ସାକ୍ଷାତକାରର ସାମନା କରିବେ, ଆଉ ତା ପରେ ଯାଇ ୬ ବର୍ଷିୟ ଠିକାରେ ନିଯୁକ୍ତି ପାଇବେ । ସେମାନଙ୍କର ଦରମା ୨୩ ହଜାର, ୧୩ ହଜାର ଓ ୧୨ ହଜାର ରଖାଯାଇଥିଲା । ଏହାପରେ ସେମାନଙ୍କୁ ନିୟମିତ କରାଗଲେ, ଠିକା ସମୟର ୬ ବର୍ଷକୁ ସେଥିରେ ମିଶାଯିବାର ବ୍ୟବସ୍ଥା ନଥିଲା ।

ହେଲେ ଏହି ପଦ୍ଧତିରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପଦୋନ୍ନତିରେ ସମସ୍ୟା ଭୋଗିଛନ୍ତି । ସେହିପରି ଅବସରକାଳୀନ ସୁବିଧା, ମହଙ୍ଗା ଭତ୍ତା, ଘରଭଡ଼ା ଆଦି ପାଇବାର ବ୍ୟବସ୍ଥା ନଥିଲା । ଏଣୁ ଏହାକୁ ବିରୋଧ କରି ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।