Advertisment

CISF Recruitment 2024: CISFରେ ଚାକିରି ସୁଯୋଗ; ଦରମା ୬୯ ହଜାର; ଜାଣନ୍ତୁ କେଉଁମାନେ କରିବେ ଆବେଦନ

CISF ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ କନଷ୍ଟେବଳ ପଦବୀ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
CISF Recruitment 2024  Apply for 1130 posts

CISF Recruitment 2024 Apply for 1130 posts

ଭାରତ ସରକାରୀ ଅଧିନସ୍ଥ ଏକ ବିଭାଗ ହେଉଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF)। ଏ କ୍ଷେତ୍ର ଅନେକ ସମୟରେ ନିଯୁକ୍ତି ଦେଇଥାଏ। ଅନେକ ଆଶାୟୀ ମଧ୍ୟ ଏଠାରେ ଚାକିରି ପାଇଁ ଆଶାବାଦୀ ଥାଆନ୍ତି। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। CISF ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ CISF ରେ କନଷ୍ଟେବଳ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦ୍ୱାଦଶ ପାଶ୍ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୧ଶହରୁ ଅଧିକ ପଦବୀ ପୂରଣ ହେବ। କେବଳ ଓଡ଼ିଶାରେ ନିଯୁକ୍ତି ହେବ ୨୩ଟି ପଦବୀ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍‌ସାଇଟ୍‌ cisf.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ CISF Recruitment 2024 Apply for 1130 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୧ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • UR – ୪୬୬ଟି ପୋଷ୍ଟ୍‌
  • EWS – ୧୧୪ଟି ପୋଷ୍ଟ୍‌
  • SC – ୧୫୩ଟି ପୋଷ୍ଟ୍‌
  • ST – ୧୬୧ଟି ପୋଷ୍ଟ୍‌
  • OBC - ୨୩୬ଟି ପୋଷ୍ଟ୍‌
  • ମୋଟ – ୧୧୩୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ବିଜ୍ଞାନ ଷ୍ଟ୍ରିମ୍‌ରେ ଦ୍ୱାଦଶ ପାଶ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୩ ବର୍ଷ
  • ବୟସ ଗଣନା ୩୦। ସେପ୍ଟେମ୍ବର। ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୧,୭୦୦ଟଙ୍କା
  • ସର୍ବାଧିକ ଦରମା – ୬୯,୧୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS/OBC – ୧୦୦ଟଙ୍କା
  • SC / ST/ - ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Job Vacancy Govt Jobs Job Search Job Seekers
Advertisment
Advertisment