• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୁବଶୀଘ୍ର ଦେଶରେ ଲାଗୁହେବ ନୂଆ ଶ୍ରମ ଆଇନ୍‌ । ନୂଆ ଲେବର୍‌ କୋଡ୍‌ (New Labour Code) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରିସାରିଛନ୍ତି । ଚାକିରିଆ ଲୋକଙ୍କ Working Lifeରେ ପରିବର୍ତ୍ତନ ଆଣିବା ପାଇଁ ସରକାର ନୂତନ ନିୟମ ଲାଗୁ କରିବେ । ତେବେ ଦେଶରେ ନୂଆ ଲେବର୍‌ କୋଡ୍‌ କେବେ କାର୍ଯ୍ୟକାରୀ ହେବ, ସେସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଆଗାମୀ କିଛି ଦିନ ଭିତରେ ହିଁ ନିୟମ କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ ହୋଇଛି । ନୂତନ ନିୟମ ଲାଗୁ ହେବା ପରେ ସାପ୍ତାହିକ ଛୁଟିରୁ ଆରମ୍ଭ କରି ବେତନ ପର୍ଯ୍ୟନ୍ତ ସବୁକିଛିରେ ପରିବର୍ତ୍ତନ ହେବ ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କମ୍ପାନୀଗୁଡିକ ମଧ୍ୟ କାର୍ଯ୍ୟ ସମୟ ପରିବର୍ତ୍ତନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଫ୍ଲେକ୍ସିବଲ୍‌ କାର୍ଯ୍ୟସ୍ଥଳ ଓ ସମୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ରାଜ୍ୟ ଏକାସାଙ୍ଗରେ ନୂତନ ନିୟମ କାର୍ଯ୍ୟକାରୀ କରନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁଛନ୍ତି । ଲୋକଙ୍କ ବ୍ୟକ୍ତିଗତ ଜୀବନ ଏବଂ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

୩ ଦିନ ଛୁଟି ନେଇ ଚର୍ଚ୍ଚା

ନୂତନ ନିୟମ ଲାଗୁ ହେବା ପରେ କର୍ମଚାରୀଙ୍କୁ ମିଳିବ ତିନି ଦିନିଆ ସାପ୍ତାହିକ ଛୁଟି । ନୂତନ New Labour Code ଅନୁସାରେ ତିନିଟି ଛୁଟି ଏବଂ ଚାରି ଦିନର କାର୍ଯ୍ୟର ବ୍ୟବସ୍ଥା ଅଛି । ତେବେ ନୂଆ ନିୟମ ଆସିବା ପରେ କାର୍ଯ୍ୟ ସମୟ ବୃଦ୍ଧି ପାଇପାରେ । ଚାକିରିଆଙ୍କୁ ୧୨ ଘଣ୍ଟା କାମ କରିବାକୁ ପଡିବ ବୋଲି ସୂଚନା ମିଳିଛି । ମୋଟ ଉପରେ କର୍ମଚାରୀଙ୍କୁ ସପ୍ତାହରେ ୪୮ ଘଣ୍ଟା କାମ କରିବାକୁ ପଡିବ ।

ପୁରୁଷ ଏବଂ ମହିଳାଙ୍କୁ ସମାନ ବେତନ

ନିକଟରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି, ପୁରୁଷ ଏବଂ ମହିଳାଙ୍କୁ ସମାନ ବେତନ ଦେବା ନିଶ୍ଚିତ କରାଯିବ । ୨୯ ଟି ଭିନ୍ନ ଭିନ୍ନ ଅଧିନିୟମକୁ ଚାରୋଟି ଭିନ୍ନ ଭିନ୍ନ ଲେବର୍‌ କୋଡରେ ପରିଣତ କରାଯିବ ।

ହାତକୁ ଆସିବ କମ୍‌ ଦରମା

ଲେବର କୋଡ୍‌ ଲାଗୁହେବା ମାତ୍ରେ ଟେକ୍‌ ହୋମ୍‌ ସାଲାରୀ ତଥା ହ୍ୟାଣ୍ଡ୍‌ ସାଲାରୀ କମ୍‌ ଆସିବ । ସରକାର ନୂତନ ନିୟମରେ ଏକ ବ୍ୟବସ୍ଥା କରିଛନ୍ତି । କୌଣସି କର୍ମଚାରୀଙ୍କ ବେସିକ୍‌ ସାଲାରି ତାଙ୍କ ମୋଟ ଦରମା (CTC) ର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଯଦି ଆପଣଙ୍କର ବେସିକ୍‌ ସାଲାରି ଅଧିକ ହେବ, ତେବେ PF ଟଙ୍କା ମଧ୍ୟ ବୃଦ୍ଧି କରାଯିବ । ସରକାରଙ୍କ ଏହି ବ୍ୟବସ୍ଥା ଯୋଗୁଁ କର୍ମଚାରୀମାନେ ଅବସର ସମୟରେ ବହୁ ପରିମାଣର ଅର୍ଥ ପାଇବେ। ଏହା ସହିତ ଗ୍ରାଚ୍ୟୁଇଟି ଟଙ୍କା ମଧ୍ୟ ଅଧିକ ପାଇବ । କର୍ମଚାରୀଙ୍କ ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।