Advertisment

ଖାଲି ପଡିଛି ୭୦୧ଟି ଫରେଷ୍ଟ୍‌ ଗାର୍ଡ ପଦବୀ; ଜାଣନ୍ତୁ କେବେ କରିବେ ଆବେଦନ

UPSSSC ଫରେଷ୍ଟ୍‌ ଗାର୍ଡ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏହି ଦିନରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୦୧ଟି ପଦବୀ ପୂରଣ ହେବ।

author-image
Pramod Behera
Forest Guard Recruitment 2022

Forest Guard Recruitment 2022

ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗ (UPSSSC) ଫରେଷ୍ଟ୍‌ ଗାର୍ଡ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ UPSSSC ର ଅଫିସିଆଲ୍ ୱେବ୍‌ସାଇଟ upsssc.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୭ରୁ ଆରମ୍ଭ ହେବ।

Advertisment

ଏହା ବ୍ୟତୀତ, ପ୍ରାର୍ଥୀମାନେ ଏହି ଲିଙ୍କ୍ http://upsssc.gov.in/Default.aspx ଉପରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ ଯେଉଁ ପ୍ରାର୍ଥୀମାନେ UPSSSC ଫରେଷ୍ଟ ଗାର୍ଡ ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବେ ସେମାନେ ଏହି ଲିଙ୍କକୁ UPSSSC Forest Guard Recruitment 2022 Notification PDF ଯାଇ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୦୧ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୧୭ ଅକ୍ଟୋବର
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୦୬ ନଭେମ୍ବର
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ୍‌ ସଂଖ୍ୟା - ୭୦୧

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗଣିତ / ପଦାର୍ଥ ବିଜ୍ଞାନ / ରସାୟନ ବିଜ୍ଞାନ / ଉଦ୍ଭିଦ ବିଜ୍ଞାନ / ପ୍ରାଣୀ ବିଜ୍ଞାନ ସହିତ ଅନ୍ୟ ବିଜ୍ଞାନ ସମ୍ବନ୍ଧୀୟ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ।

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ
  • ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୪୦ ବର୍ଷ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୫ ଟଙ୍କା ଦେବାକୁ ପଡିବ
Govt Jobs Forest Guard Forest Guard Recruitment 2022
Advertisment
Advertisment