Advertisment

୧୨ଶ ପାସ୍‌ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; CISF ରେ ଚାକିରି

CISFରେ ହେଡ୍ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫୪୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

author-image
Pramod Behera
ଅଦ୍ୟତନ ହୋଇଛି
CISF Recruitment 2022

Bumper vacancy on these posts for 12th pass in cisf

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। CISFରେ ହେଡ୍ କନଷ୍ଟେବଳ (ମନ୍ତ୍ରୀସ୍ତରୀୟ) ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋଗ୍ରାଫର) ପଦବୀ ଖାଲି ପଡିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ CISF ର ଅଫିସିଆଲ୍ ୱେବସାଇଟ୍ cisf.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.cisf.gov.in/cisfeng/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ CISF HC ASI Recruitment 2022 Notification PDFରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୫୪୦ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୨୬ ସେପ୍ଟେମ୍ବର ୨୦୨୨
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୨୫ ଅକ୍ଟୋବର ୨୦୨୨
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ୍‌ ସଂଖ୍ୟା - ୫୪୦

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଉଚିତ
  • ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ବୟସ:

  • ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ
  • ଆରକ୍ଷଣ କ୍ଷେତ୍ରରେ ବୟସରେ କୋହଳ ଦିଆଯିବ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ୧୦୦ ଟଙ୍କା ଦେବାକୁ ପଡିବ।
  • ଏସ୍‌ସି, ଏସ୍‌ଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ।

ଦରମା:

  • HC - ପେ ଲେଭଲ୍ – ୪: (ପେ ମ୍ୟାଟ୍ରିକ୍ସରେ ୨୫,୫୦୦-୮୧,୧୦୦ ଟଙ୍କା)
  • ASI - ପେ ଲେଭଲ୍ – ୫ (ପେ ମାଟ୍ରିକ୍ସରେ ୨୯,୨୦୦-୯୨,୩୦୦ ଟଙ୍କା)

ଚୟନ ପ୍ରକ୍ରିୟା:

  • ଶାରୀରିକ ମାନକ ପରୀକ୍ଷା (PST) ଏବଂ ଡକ୍ୟୁମେଣ୍ଟେସନ୍ OMR / କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌ରେ ହେବ
  • ଲିଖିତ ପରୀକ୍ଷା, ଦକ୍ଷତା ପରୀକ୍ଷା, ଡାକ୍ତରୀ ପରୀକ୍ଷା ଅନୁସାରେ ପ୍ରାର୍ଥୀ ଚୟନ କରାଯିବ।
Govt Jobs CIFS Recruitment 2022
Advertisment
Advertisment