Advertisment

NVS ରେ ଚାକିରି : ୧୬୧୬ଟି ପଦବୀ ପୂରଣ ହେବ

NVSରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। TGT, PGT, ପ୍ରିନ୍ସିପାଲ୍ ସହିତ ବାହାରିଛି ଅନେକ ପଦବୀ। ସମୁଦାୟ ୧୬୧୬ଟି ପଦବୀ ପୂରଣ ହେବ।

author-image
Pramod Behera
Bumper vacancy for these posts in navodaya vidyalaya

Bumper vacancy for these posts in navodaya vidyalaya

ନବୋଦୟ ବିଦ୍ୟାଳୟ ସମିତି (NVS) ରେ ଚାକିରୀ ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ NVS TGT, PGT, ପ୍ରିନ୍ସିପାଲ୍ ଏବଂ ଅନ୍ୟ ଶିକ୍ଷକ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ NVS ର ଅଫିସିଆଲ୍ ୱେବସାଇଟ୍ navodaya.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଜୁଲାଇ ୨ ରୁ ଆରମ୍ଭ ହୋଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ navodaya.gov.in/nvs/en/Home1 ରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ, ଏହି ଲିଙ୍କ୍ Navodaya Vidyalaya NVS Recruitment 2022 Notification ମାଧ୍ୟମରେ ସରକାରୀ ବିଜ୍ଞପ୍ତିକୁ ମଧ୍ୟ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୬୧୬ଟି ପଦବୀ ପୂରଣ ହେବ। ଏଥିମଧ୍ୟରୁ ମୋଟ ୬୮୩ଟି ପଦବୀ ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ (TGT), ୩୭୯ ପୋଷ୍ଟ୍‌ ଗ୍ରାଜୁଏଟ୍ ଶିକ୍ଷକ (PGT), ୧୮୧ ଟି ବିବିଧ ଶ୍ରେଣୀ ଶିକ୍ଷକ (ସଙ୍ଗୀତ, କଳା, PET ପୁରୁଷ, PET ମହିଳା ଏବଂ ଲାଇବ୍ରେରିଆନ୍) ଏବଂ ୧୨ଟି ପ୍ରିନ୍ସିପାଲ୍ ପାଇଁ ରହିଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୦୨ ଜୁଲାଇ ୨୦୨୨
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୨୨ ଜୁଲାଇ ୨୦୨୨
Advertisment

ଖାଲି ପଦବୀ:

  • ମୋଟ ପଦବୀ ସଂଖ୍ୟା- ୧୬୧୬

ଯୋଗ୍ୟତା:

  • ପ୍ରିନ୍ସିପାଲ୍ - ୬୦% ମାର୍କ ସହିତ PG ଏବଂ B.Ed କିମ୍ବା ସମାନ ଶିକ୍ଷାଦାନ ଡିଗ୍ରୀ ସହିତ ୧୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।
  • PGT - ସର୍ବନିମ୍ନ ୫୦% ମାର୍କ ସହିତ ସମ୍ପୃକ୍ତ ବିଷୟରେ ୨ ବର୍ଷର PG ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ କିମ୍ବା ୫୦% ମାର୍କ ସହିତ ସମ୍ଭନ୍ଧିତ ବିଷୟରେ ମାଷ୍ଟର ଡିଗ୍ରୀ ଓ B.Ed ହେବା ଜରୁରୀ।
  • TGT - ସର୍ବନିମ୍ନ ୫୦% ମାର୍କ ସହିତ ସମ୍ବନ୍ଧିତ ବିଷୟରେ ୪ ବର୍ଷର ଇଣ୍ଟିଗ୍ରେଟେଡ୍ ଡିଗ୍ରୀ ପାଠ୍ୟକ୍ରମ ବା ସମ୍ବନ୍ଧିତ ବିଷୟରେ ୫୦% ମାର୍କ ସହିତ ସ୍ନାତକ ସମ୍ମାନ ସହିତ ପ୍ରାର୍ଥୀ ୨ ବର୍ଷର ଅଧ୍ୟୟନ କରିଥିବା ଆବଶ୍ୟକ କିମ୍ବା ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ସ୍ନାତକ ଡିଗ୍ରୀ କରିବା ସହ ୩ ବର୍ଷ ପାଇଁ ସମ୍ପୃକ୍ତ ବିଷୟରେ ଅଧ୍ୟୟନ କରିଥିବା ଉଚିତ।
  • ସଙ୍ଗୀତ ଶିକ୍ଷକ - ସଙ୍ଗୀତ ପ୍ରତିଷ୍ଠାନରେ ୫ ବର୍ଷ ଅଧ୍ୟୟନ କିମ୍ବା ସଙ୍ଗୀତ ସହିତ ଗ୍ରାଜୁଏଟ୍ ବା ଦ୍ୱାଦଶ ଶ୍ରେଣୀରେ ସଂଗୀତ ବିଶାରଦ ପରୀକ୍ଷାରେ ପାସ ହୋଇଥିବା ଦରକାର।
  • କଳା ଶିକ୍ଷକ - ଚିତ୍ରାଙ୍କନ / ପେଣ୍ଟିଂ / ଭାସ୍କର୍ଯ୍ୟ / ଗ୍ରାଫିକ୍ କଳା / ହସ୍ତଶିଳ୍ପ ଭାବେ କଳାରେ ଯେକୌଣସି ବିଷୟରେ ଦ୍ୱାଦଶ ବା ୪ ବର୍ଷର ଡିପ୍ଲୋମା ବା କଳାର ଯେକୌଣସି ବିଷୟରେ ୧୦ମ କିମ୍ବା ୫ ବର୍ଷର ଡିପ୍ଲୋମା ଯେପରିକି ଚିତ୍ରାଙ୍କନ / ପେଣ୍ଟିଂ / ଭାସ୍କର୍ଯ୍ୟ / ଗ୍ରାଫିକ୍ ଆର୍ଟ / ହସ୍ତଶିଳ୍ପ କିମ୍ବା ଫାଇନ୍ ଆର୍ଟରେ ଡିଗ୍ରୀ ରହିବା ଜରୁରୀ।
  • PET : ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ B.P.Ed ଡିଗ୍ରୀ
  • ଲାଇବ୍ରେରୀଆନ୍ - ଲାଇବ୍ରେରୀ ସାଇନ୍ସରେ ସ୍ନାତକ ଡିଗ୍ରୀ କିମ୍ବା ୧ ବର୍ଷ ଡିପ୍ଲୋମା ସହିତ ସ୍ନାତକ ଡିଗ୍ରୀ
Govt Jobs NVS Recruitment 2022
Advertisment
Advertisment