Advertisment

GAILରେ ଚାକିରି କରିବାକୁ ଇଚ୍ଛୁକ କି; ଦେଖନ୍ତୁ

GAIL ଇଣ୍ଡିଆ ଲିମିଟେଡ୍ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରିଛି। ଏହି ଦିନ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୮୨ଟି ପଦ ପୂରଣ ହେବ।

author-image
Pramod Behera
Bumper vacancy for these posts in gail

Bumper vacancy for these posts in gail

ନନ୍ ଏକ୍‌ଜିକ୍ୟୁଟିଭ୍ ପଦଗୁଡିକ ପୂରଣ କରିବାକୁ GAIL ଇଣ୍ଡିଆ ଲିମିଟେଡ୍ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରିଛି। ଏହାର ବିସ୍ତୃତ ବିଜ୍ଞପ୍ତି ମଧ୍ୟ ଶୀଘ୍ର ପ୍ରଦାନ କରାଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ GAILର ଅଫିସିଆଲ୍ ୱେବ୍‌ସାଇଟ୍, gailonline.com କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୬ରୁ ଆରମ୍ଭ ହେବ।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.gailonline.com/home.html ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହାଛଡା ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଛନ୍ତି ସେମାନେ ଏହି ଲିଙ୍କ୍ GAIL Recruitment 2022 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୮୨ଟି ପଦ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାକୁ ଆରମ୍ଭ ତାରିଖ - ୧୬ ଅଗଷ୍ଟ
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୧୫ ସେପ୍ଟେମ୍ବର
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ - ୨୮୨
  • କେମିକାଲ୍
  • ଲାବୋରେଟୋରୀ
  • ମେକାନିକାଲ୍
  • ଟେଲିକମ୍ / ଟେଲିମେଟ୍ରି
  • ଇଲେକ୍ଟ୍ରିକାଲ୍
  • ଅଗ୍ନି ଓ ନିରାପତ୍ତା
  • ଉପକରଣ
  • ଷ୍ଟୋର୍ ଏବଂ ପର୍‌ଚେଜ୍
  • ସିଭିଲ୍
  • ଅର୍ଥ ଏବଂ ଆକାଉଣ୍ଟିଂ
  • ରାଜଭାଷା
  • ମାର୍କେଟିଂ
  • ମାନବ ସମ୍ବଳ (HR)

ଯୋଗ୍ୟତା :

  • ସରକାରୀ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।
Govt Jobs GAIL Recruitment 2022
Advertisment
Advertisment