Advertisment

BSFରେ ବାହାରିଛି ଅନେକ ପଦବୀ: ତୁରନ୍ତ ଆବେଦନ କରନ୍ତୁ

ଆପଣ ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହାନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକ ପଦବୀ।

author-image
Pramod Behera
ଅଦ୍ୟତନ ହୋଇଛି
Bumper vacancy for these posts in BSF

Bumper vacancy for these posts in BSF

ସୀମା ସୁରକ୍ଷା ବଳ (BSF) କର୍ମଶାଳା ୱିଙ୍ଗ ପାଇଁ SI (ଯାନ ମେକାନିକ୍), SI (ଅଟୋ ଇଲେକ୍ଟ୍ରିସିଆନ୍), SI (ଷ୍ଟୋର୍‌ କିପର), କନଷ୍ଟେବଲ୍ (OTRP), କନଷ୍ଟେବଲ୍ (SKT), କନଷ୍ଟେବଲ୍ (ଫିଟର), କନଷ୍ଟେବଲ୍ (କାର୍ପେଣ୍ଟର),

Advertisment

କନଷ୍ଟେବଲ୍ (ୱେଲ୍‌ଡର୍), କନଷ୍ଟେବଲ୍ (ପେଣ୍ଟର୍), କନଷ୍ଟେବଲ୍ (ଆସବାବପତ୍ର) ଏବଂ କନଷ୍ଟେବଲ୍ (ଟର୍ନର) ଆଦି ପଦ ପାଇଁ ଆବେଦନ ଜାରି କରିଛି।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ BSF ର ଅଫିସିଆଲ୍ ୱେବ୍‌ସାଇଟ୍ rectt.bsf.gov.in କୁ ଯାଇ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://rectt.bsf.gov.in/ ଉପରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ସେହିପରି ଏହି ଲିଙ୍କ୍ ମାଧ୍ୟମରେ http://www.davp.nic.in/WriteReadData/ADS/eng_19110_29_2223b.pdf ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୧୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ଜୁଲାଇ ୧୦

ଖାଲି ପଦବୀ:

  • SI (ଯାନ ମେକାନିକ୍) -୧୨
  • SI (ଅଟୋ ଇଲେକ୍ଟ୍ରିକାଲ୍) - ୪
  • SI (ଷ୍ଟୋର୍‌କିପର) - ୬
  • କନଷ୍ଟେବଲ୍ (OTRP) ପୁରୁଷ - ୮
  • କନଷ୍ଟେବଳ (OTRP) ମହିଳା - ୧
  • କନଷ୍ଟେବଲ୍ (SKT) ପୁରୁଷ - ୬
  • କନଷ୍ଟେବଲ୍ (ଫିଟର୍) ପୁରୁଷ - ୬
  • କନଷ୍ଟେବଲ୍ (ଫିଟର୍) ମହିଳା - ୧
  • କନଷ୍ଟେବଳ (କାର୍ପେଣ୍ଟର) ପୁରୁଷ - ୪
  • କନଷ୍ଟେବଲ୍ (ଅଟୋ ଇଲେକ୍ଟ୍) ପୁରୁଷ - ୯
  • କନଷ୍ଟେବଲ୍ (ଅଟୋ ଇଲେକ୍ଟ୍) ମହିଳା - ୧
  • କନଷ୍ଟେବଲ୍ (ଯାନ ମେକାନିକ୍) ପୁରୁଷ - ୧୭
  • କନଷ୍ଟେବଲ୍ (ଯାନ ମେକାନିକ୍) ମହିଳା - ୩
  • କନଷ୍ଟେବଳ (BSTS) ପୁରୁଷ - ୬
  • କନଷ୍ଟେବଳ (BSTS) ମହିଳା - ୧
  • କନଷ୍ଟେବଲ୍ (ୱେଲଡର୍) ପୁରୁଷ - ୧୦
  • କନଷ୍ଟେବଲ୍ (ୱେଲଡର୍) ମହିଳା - ୧
  • କନଷ୍ଟେବଲ୍ (ପେଣ୍ଟର) ପୁରୁଷ - ୪
  • କନଷ୍ଟେବଲ୍ (ଆସବାବପତ୍ର) ପୁରୁଷ - ୫
  • କନଷ୍ଟେବଲ୍ (ଟର୍ନର) ପୁରୁଷ - ୫

ଯୋଗ୍ୟତା:

  • SI - ଅଟୋ ମୋବାଇଲ୍ ଇଞ୍ଜିନିୟରିଂ କିମ୍ବା ମେକାନିକାଲ୍ ଇଞ୍ଜିନିୟରିଂ କିମ୍ବା ଅଟୋ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସର୍ବନିମ୍ନ ତିନିବର୍ଷର ଡିପ୍ଲୋମା
  • କନଷ୍ଟେବଳ - ଦଶମ ପାସ୍ ଏବଂ ସମ୍ବନ୍ଧିତ ଟ୍ରେଡ୍‌ରେ ITI ସହିତ - ସର୍ବନିମ୍ନ ତିନି ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା:

  • SI – ୩୦ ବର୍ଷ
  • କନଷ୍ଟେବଳ - ୧୮ ରୁ ୨୫ ବର୍ଷ

ଦରମା:

  • SI - ୩୫,୦୦୦ରୁ ୧,୧୨,୪୦୦ / -
  • କନଷ୍ଟେବଳ – ୨୧,୭୦୦ରୁ ୬୯, ୧୦୦ / -
Govt Jobs BSF Recruitment 2022
Advertisment
Advertisment