Advertisment

BRO ରେ ଅନେକ ପଦବୀ ଖାଲି; ଚାଲିଛି ଆବେଦନ ପ୍ରକ୍ରିୟା

ସୀମା ସଡକ ସଂଗଠନ MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।

author-image
Pramod Behera
ଅଦ୍ୟତନ ହୋଇଛି
Bumper vacancy for these posts in border roads organization

Bumper vacancy for these posts in border roads organization

ସୀମା ସଡକ ସଂଗଠନ (BRO) MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ BROର ଅଫିସିଆଲ୍ ୱେବସାଇଟ୍ bro.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.bro.gov.in/ ରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଛନ୍ତି ସେମାନେ ଏହି ଲିଙ୍କ୍ BRO Recruitment 2022 Notification PDF ମାଧ୍ୟମରେ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ୧୦ ନଭେମ୍ବର

ଖାଲି ପଦବୀ:

  • ମୋଟ ପୋଷ୍ଟ ସଂଖ୍ୟା – ୩୨୭
  • କ୍ରାଫ୍ଟସ୍‌ମ୍ୟାନ୍ : ୧୬ଟି ପୋଷ୍ଟ
  • ଅପରେଟର୍ (ଯୋଗାଯୋଗ): ୪୬ ଟି ପୋଷ୍ଟ
  • ଇଲେକ୍ଟ୍ରିସିଆନ୍: ୪୩ ଟି ପୋଷ୍ଟ
  • ମଲ୍ଟି ସ୍କିଲ୍ ୱାର୍କର୍ (କମାର): ୨୭ ଟି ପୋଷ୍ଟ
  • ମଲ୍ଟି ସ୍କିଲ୍ ୱାର୍କର୍ (ରୋଷେୟା): ୧୩୩ ଟି ପୋଷ୍ଟ
  • ସୁପରଭାଇଜର (ପ୍ରଶାସନ): ୭ ଟି ପୋଷ୍ଟ
  • ସୁପରଭାଇଜର ଷ୍ଟୋର୍: ୧୩ ଟି ପୋଷ୍ଟ
  • ସୁପରଭାଇଜର ସିଫର୍: ୯ ଟି ପୋଷ୍ଟ
  • ହିନ୍ଦୀ ଟାଇପିଷ୍ଟ: ୧୦ ଟି ପୋଷ୍ଟ
  • ୱେଲଡର୍: ୨୪ ଟି ପୋଷ୍ଟ
Advertisment

ଯୋଗ୍ୟତା :

  • ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି
  • ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ସାଇଟ୍ ଦେଖି ସେ ବିଷୟରେ ଜାଣିପାରିବେ

ବୟସ ସୀମା :

  • ସର୍ବନିମ୍ନ ବୟସ ସୀମା - ୧୮ ବର୍ଷ
  • ସର୍ବୋଚ୍ଚ ବୟସ ସୀମା - ୨୭ ବର୍ଷ

ଚୟନ ପ୍ରକ୍ରିୟା :

  • ଲିଖିତ ପରୀକ୍ଷା
  • ଶାରୀରିକ ଦକ୍ଷତା ପରୀକ୍ଷା
  • ଟ୍ରେଡ୍ ଟେଷ୍ଟ୍

କିପରି କରିବେ ଆବେଦନ:

  • ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ସାଇଟ୍ bro.gov.in କୁ ଯାଆନ୍ତୁ
  • ବର୍ତ୍ତମାନ "What New" ସ୍ତମ୍ଭରେ ଥିବା ଅନ୍ତର୍ଗତ "Recruitment Movement" ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ
  • ସମ୍ପୃକ୍ତ ନିଯୁକ୍ତିର ବିଜ୍ଞପ୍ତିକୁ ଭଲଭାବେ ପଢନ୍ତୁ
  • ଏହି ନିଯୁକ୍ତି ପାଇଁ, ଆବେଦନ ଫର୍ମ ପୂରଣ କରିବା ପରେ ଜରୁରୀ ଡକ୍ୟୁମେଣ୍ଟ ସହିତ କମାଣ୍ଡାଣ୍ଟ GREF କେନ୍ଦ୍ର, ଦିଘି କ୍ୟାମ୍ପ, ପୁଣେ - ୪୧୧୦୧୫କୁ ପଠାନ୍ତୁ।
Govt Jobs BRO Recruitment 2022
Advertisment
Advertisment