Advertisment

ଏୟାର୍‌ପୋର୍ଟରେ ଚାକିରି ଖୋଜୁଛନ୍ତି କି; ଆପଣଙ୍କ ପାଇଁ ଏହି ଖବର

AAIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର୍‌ ଆସିଷ୍ଟାଣ୍ଟ୍‌ ଏବଂ ସିନିୟର୍‌ ଆସିଷ୍ଟାଣ୍ଟ୍‌ ପଦବୀରେ ପୂରଣ ହେବ ଅନେକ ପୋଷ୍ଟ୍। ଆପଣ ଯଦି ଏଠି ଚାକିରି କରିବାକୁ ଚାହାନ୍ତି ତେବେ ଦେଖନ୍ତୁ ଏହି ଖବର।

author-image
Pramod Behera
ଅଦ୍ୟତନ ହୋଇଛି
Bumper vacancy for these posts in AAI

Bumper vacancy for these posts in AAI

ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ AAI ଜୁନିଅର୍‌ ଆସିଷ୍ଟାଣ୍ଟ୍‌ ଏବଂ ସିନିୟର୍‌ ଆସିଷ୍ଟାଣ୍ଟ୍‌ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ AAIର ଅଫିସିଆଲ୍ ୱେବସାଇଟ୍ aai.aero କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.aai.aero/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ରେ AAI Recruitment 2022 Notification PDF କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୬ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ସେପ୍ଟେମ୍ବର ୧
  • ଆବେଦନ କରିବାର ଶେଷ ତାରିଖ - ସେପ୍ଟେମ୍ବର ୩୦
Advertisment

ଖାଲି ପଦବୀ :

ମୋଟ ପୋଷ୍ଟ୍‌ ସଂଖ୍ୟା – ୧୫୬

  • ଜୁନିଅର ଆସିଷ୍ଟାଣ୍ଟ୍‌ (ଫାୟାର ସର୍ଭିସ୍‌) : ୧୩୨
  • ଜୁନିଅର ଆସିଷ୍ଟାଣ୍ଟ (ଅଫିସ୍) : ୧୦
  • ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) : ୧୩
  • ସିନିୟର ଆସିଷ୍ଟାଣ୍ଟ (ରାଜଭାଷା) : ୧

ଯୋଗ୍ୟତା :

  • ଜୁନିଅର ଆସିଷ୍ଟାଣ୍ଟ୍‌ (ଫାୟାର ସର୍ଭିସ୍‌) : ପ୍ରାର୍ଥୀମାନେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ୧୦ମ ପାଶ୍ ସହିତ ୩ ବର୍ଷର ଅଟୋମୋବାଇଲ୍ କିମ୍ବା ମେକାନିକାଲ୍‌ରେ ଡିପ୍ଲୋପା କରିଥିବା ଉଚିତ। ନଚେତ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ ସହିତ ଭାରୀ ଯାନ ଚଳାଇବାର ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ହୋଇଥିବା ଉଚିତ।
  • ଜୁନିଅର ଆସିଷ୍ଟାଣ୍ଟ (ଅଫିସ୍) : ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ।
  • ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) : ପ୍ରାର୍ଥୀଙ୍କ ପାଖରେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ସାର୍ଟିଫିକେଟ୍ ଥିବା ସହ ୩ କିମ୍ବା ୬ ମାସର କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଜରୁରୀ।
  • ସିନିୟର ଆସିଷ୍ଟାଣ୍ଟ (ରାଜଭାଷା) : ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହିନ୍ଦୀ କିମ୍ବା ଇଂରାଜୀରେ ସ୍ନାତକ ସହିତ ପୋଷ୍ଟ୍‌ ଗ୍ରାଜୁଏଟ୍ କରିଥିବା ଉଚିତ।

ଆବେଦନ ଶୁଳ୍କ :

  • UR / OBC / EWS ବର୍ଗ ପ୍ରାର୍ଥୀଙ୍କ ପାଇଁ : ୧୦୦୦ ଟଙ୍କା
  • SC / ST / ମହିଳା / ପୂର୍ବତନ ସୈନିକ / PWD ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ

ବୟସ ସୀମା (୨୫-୦୮-୨୦୨୨ ପର୍ଯ୍ୟନ୍ତ):

  • ସର୍ବନିମ୍ନ ବୟସ ସୀମା: ୧୮ ବର୍ଷ
  • ସର୍ବାଧିକ ବୟସ ସୀମା: ୩୦ ବର୍ଷ
Govt Jobs AAI Recruitment 2022
Advertisment
Advertisment