/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668869651.jpg)
Bumper vacancy for constable posts for 10th pass in cisf
ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ (CISF) କନଷ୍ଟେବଳ / ଟ୍ରେଡ୍ସମ୍ୟାନ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ CISFର ଅଫିସିଆଲ୍ ୱେବସାଇଟ୍, cisf.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ନଭେମ୍ବର ୨୧ରୁ ଆରମ୍ଭ ହେବ।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.cisf.gov.in/cisfeng ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଏହା ଛଡା ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ CISF Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮୭ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ କରିବାର ଆରମ୍ଭ ତାରିଖ - ୨୧ ନଭେମ୍ବର
- ଆବେଦନ କରିବାର ଶେଷ ତାରିଖ - ୨୦ଡିସେମ୍ବର
ଖାଲି ପଦବୀ:
- ମୋଟ ପୋଷ୍ଟ ସଂଖ୍ୟା- ୭୮୭
ଯୋଗ୍ୟତା:
- ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ଦଶମ ପାଶ କରିଥିବା ଉଚିତ।
- ଏହା ସହିତ ପ୍ରାର୍ଥୀଙ୍କର ସ୍କିଲ୍ଡ ଟ୍ରେଡ୍ (ବାରିକ୍, ବୁଟ୍ ମେକର୍ / ମୋଚୀ, ଟେଲର୍, ରୋଷେୟା, ରାଜମିସ୍ତ୍ରୀ, ମାଳି, ପେଣ୍ଟର, ପ୍ଲମ୍ବର, ୱାଶର୍ ମ୍ୟାନ୍ ଏବଂ ୱେଲଡର୍)ରେ ଜ୍ଞାନ ଥିବ କିମ୍ବା ITI ପାଶ୍ କରିଥିବେ
ବୟସ ସୀମା:
- ସର୍ବନିମ୍ନ ବୟସ ସୀମା – ୧୮
- ସର୍ବାଧିକ ବୟସ ସୀମା – ୨୩
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ, OBC ଏବଂ EWS - ୧୦୦ ଟଙ୍କା
- SC / ST / EX – ଦେୟ ମୁକ୍ତ
ଦରମା:
- ସର୍ବନିମ୍ନ ଦରମା – ୨୧,୭୦୦ ଟଙ୍କା
- ସର୍ବାଧିକ ଦରମା – ୬୯,୧୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ଶାରୀରିକ ପରୀକ୍ଷା ଯଥା ଶାରୀରିକ ମାନକ ପରୀକ୍ଷା (PST)
- ଶାରୀରିକ ଦକ୍ଷତା ପରୀକ୍ଷା (PET)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)