• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉତ୍ତରପ୍ରଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଶକ୍ତ ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି । ଦଶମ ପାସ ସରକାରୀ ଚାକିରି ପାଇଁ ବିଟେକ୍‌ ଏମ୍‌.ଟେକ୍‌, ଏମ୍‌ବିଏ ପଢୁଆ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ନିକଟରେ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ମଲ୍ଟି ଟାସ୍କିଂ ତଥା ନନ୍ ଟେକ୍ନିକାଲ ପୋଷ୍ଟ ଯଥା ଚପରାସୀ, ଚୌକିଦାର, ମାଳି, ଗେଟ୍‌ କିପର୍‌ ଆଦି ପାଇଁ ଆବେଦନ କରିବାକୁ ବିଜ୍ଞାପନ ବାହାରିଥିଲା । ହେଲେ ଆବେଦନ ପାଇଁ ଯେଉଁମାନେ ଲାଇନ୍‌ ଲଗାଇଥିଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଆମ ଦେଶରେ ବେକାରୀ ସମସ୍ୟା କେତେ ଦୂର ବଢିଲାଣି ତାର ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ୟୁପିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପାଇଁ ପିଅନ, ଚୌକିଦାର, ଜମାଦାର, ମାଳି, ଗେଟକିପର ଆଦି ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା, ଯେଉଁଥିପାଇଁ ସର୍ବନିମ୍ନ ଯୋଗ୍ୟତା ଥିଲା ମେଟ୍ରିକ ପାସ୍ । ହେଲେ ଏଥିପାଇଁ ଆବେଦନ କରିଛନ୍ତି BTech, M.Tech, MBA ପଢୁଆ ଛାତ୍ରଛାତ୍ରୀ ।

ଏହି ପଦବୀ ପାଇଁ ମୋଟ ୫୫, ୨୧,୯୧୭ ଜଣ ଆବେଦନ କରିଛନ୍ତି । ଯେଉଁଥିରୁ ୧୯, ୦୪, ୧୩୯ ଜଣ କେବଳ ପ୍ରୟାଗରାଜରୁ ଆବେଦନ କରିଛନ୍ତି । ପ୍ରକାଶ ପାଇଥିବା ବିଜ୍ଞାପନ ଅନୁଯାୟୀ, MTS ପାଇଁ ମୋଟ ୧୦,୮୮୦ ପୋଷ୍ଟ ଓ CBIC ଓ CBN ପାଇଁ ୫୨୯ ପୋଷ୍ଟ ରହିଥିଲା । ୧୪ ଜାନୁଆରୀରୁ ୨୪ ଫେବ୍ରୁଆରୀ ମଧ୍ୟରେ ଆଶାୟୀ ଆବେଦନ କରିଥିଲେ । ଏହାର ବୟସ ସୀମୀ ଥିଲା ୧୮ରୁ ୨୭ ବର୍ଷ ।