• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିହାର ଷ୍ଟେଟ୍‌ ପାୱାର୍‌ (ହୋଲଡିଂ) କମ୍ପାନୀ ଲିମିଟେଡ୍, BSPHCL ଜୁନିଅର କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ୍ କରିଛି। ଯୋଗ୍ୟ ପ୍ରାର୍ଥୀମାନେ bsphcl.co.in ରେ BSPHCL ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ଏପ୍ରିଲ ୧୮ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତିରେ ୧୮୫ ଟି ପଦ ପୂରଣ ହେବ।

ଆବେଦନ ଫର୍ମରେ ପରିବର୍ତ୍ତନ / ଏଡିଟ୍ ପାଇଁ ଶେଷ ତାରିଖ ୨୦୨୨ ଏପ୍ରିଲ ୨୧ ପର୍ଯ୍ୟନ୍ତ ରହିଛି। ପରୀକ୍ଷାର ପ୍ରଥମ ତାରିଖ ହେଉଛି ମେ ୧୨।

ଖାଲି ଥିବା ପଦବୀ:

  • ସହକାରୀ ବୈଦ୍ୟୁତିକ ଯନ୍ତ୍ରୀ: ୧୦ ଟି ପୋଷ୍ଟ୍‌
  • ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ୮ ଟି ପୋଷ୍ଟ୍‌
  • ସହକାରୀ ଯନ୍ତ୍ରୀ: ୨ ଟି ପୋଷ୍ଟ୍‌
  • ଆକାଉଣ୍ଟାଣ୍ଟ ଅଧିକାରୀ: ୧୦ ଟି ପୋଷ୍ଟ୍‌
  • ରାଜସ୍ୱ ଅଧିକାରୀ: ୨ ଟି ପୋଷ୍ଟ୍‌
  • ସହକାରୀ ଆଇଟି ମ୍ୟାନେଜର୍: ୨୭ ଟି ପୋଷ୍ଟ୍‌
  • ଜୁନିଅର ବୈଦ୍ୟୁତିକ ଯନ୍ତ୍ରୀ: ୪୨ ଟି ପୋଷ୍ଟ୍‌
  • ଜୁନିୟର ଯନ୍ତ୍ରୀ: ୧୬ ଟି ପୋଷ୍ଟ୍‌
  • ଲିଗାଲ୍ ସୁପର୍‌ଭାଇଜର: ୬ ଟି ପୋଷ୍ଟ୍‌
  • ଆସିଣ୍ଟାଣ୍ଟ୍: ୫ ଟି ପୋଷ୍ଟ୍‌
  • କରେସପଣ୍ଟେନ୍ସ କ୍ଲର୍କ: ୧୪ ଟି ପୋଷ୍ଟ୍‌
  • ଷ୍ଟୋର୍‌ ଆସିଣ୍ଟାଣ୍ଟ୍: ୧୫ ଟି ପୋଷ୍ଟ୍‌
  • ଜୁନିଅର ଆକାଉଣ୍ଟସ୍ କ୍ଲର୍କ: ୨୮ ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

ଏହିସବୁ ପଦବୀର ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ <strong>Detailed Notification available here</strong>. ଦେଖନ୍ତୁ।

ଚୟନ ପ୍ରକ୍ରିୟା:

ସିବିଟି(CBT)ରେ ମିଳିଥିବା ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ପରୀକ୍ଷା ପାଇଁ ସର୍ବନିମ୍ନ ଯୋଗ୍ୟତା ମାର୍କ UR ପାଇଁ ୪୦ ପ୍ରତିଶତ, BC ପାଇଁ ୩୬.୫ ପ୍ରତିଶତ, EBC ପାଇଁ ୩୪ ପ୍ରତିଶତ ଏବଂ SC / ST / ମହିଳା / PHP (ଦିବ୍ୟାଙ୍ଗ) ପ୍ରାର୍ଥୀଙ୍କ ପାଇଁ ୩୨ ପ୍ରତିଶତ।

ଆବେଦନ ଦେୟ:

UR, BC ଏବଂ EBC ପ୍ରାର୍ଥୀଙ୍କ ପାଇଁ ଆବେଦନ ଦେୟ ୧୦୦୦ ଟଙ୍କା ଥିବାବେଳେ ଏବଂ ବିହାରରେ ରହୁଥିବା SC / ST / ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି। କେବଳ ଅନ୍‌ଲାଇନ୍ ପେମେଣ୍ଟ ମୋଡ୍‌ରେ ଆବେଦନ ଶୁଳ୍କ ଗ୍ରହଣ କରାଯିବ।