Advertisment

BSF ରେ ଚାକିରି ସୁଯୋଗ : ପୂରଣ ହେବ ୧୩୦୦ରୁ ଅଧିକ ପଦବୀ

BSF ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୧୩୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଜାଣନ୍ତୁ କେଉଁମାନେ ଆବେଦନ କରିପାରିବେ ଓ କେତେ ଦରମା ମିଳିବ।

author-image
Pramod Behera
BSF Recruitment for head constable posts

BSF Recruitment for head constable posts

ସୀମା ସୁରକ୍ଷା ବଳ (BSF) ରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବର୍ତ୍ତମାନ, BSF ରେ ୧୩୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଏହାର ଫାଇଦା ନେଇ ପ୍ରାର୍ଥୀମାନେ ସରକାରୀ ଚାକିରି ପାଇବାର ସେମାନଙ୍କର ସ୍ୱପ୍ନକୁ ପୂରଣ କରିପାରିବେ। ଏନେଇ ଯେ ସୀମା ସୁରକ୍ଷା ବଳ ହେଡ୍ କନଷ୍ଟେବଳ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଟ ୧୩୧୨ଟି ପଦବୀ ପୂରଣ ହେବ। ଏଥିରେ ହେଡ୍‌ କନଷ୍ଟେବଳ ରେଡିଓ ଅପରେଟରର ୯୮୨ଟି ପୋଷ୍ଟ୍‌ ଏବଂ ହେଡ୍‌ କନଷ୍ଟେବଳ ରେଡିଓ ମେକାନିକର ୩୩୦ଟି ପୋଷ୍ଟ ରହିଛି। ଆବେଦନ ପ୍ରକ୍ରିୟା ଏବଂ ପୋଷ୍ଟଗୁଡିକ ପାଇଁ ବିଜ୍ଞପ୍ତି ସମ୍ବନ୍ଧୀୟ ସୂଚନା ପାଇଁ, ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ rectt.bsf.gov.in ପରିଦର୍ଶନ କରିବାକୁ ପଡିବ।

କେବେଠାରୁ ଆରମ୍ଭ ହେବ ଆବେଦନ:

ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୦ ରୁ ଆରମ୍ଭ ହେବ। ପ୍ରାର୍ଥୀମାନେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଏହି ପୋଷ୍ଟ୍ ପାଇଁ ଆବେଦନ କରିପାରିବେ।

Advertisment

କେଉଁମାନେ କରିପାରିବେ ଆବେଦନ:

ଯେଉଁ ପ୍ରାର୍ଥୀମାନେ ୧୦ମ ପାସ୍ ସହିତ ୨ ବର୍ଷ ଆଇଟିଆଇ ସାର୍ଟିଫିକେଟ୍ କରିଥିବେ ବା ଫିଜିକ୍ସ, କେମେଷ୍ଟ୍ରୀ, ଗଣିତରେ ଦ୍ୱାଦଶରେ ସର୍ବନିମ୍ନ ୬୦% ମାର୍କ ହାସଲ କରିଥିଲେ ସେମାନେ ଆବେଦନ କରିପାରିବେ।

କେତେ ଦରମା ମିଳିବ:

ଏହି ପଦବୀରେ ନିଯୁକ୍ତି ପାଇବା ପରେ, ମନୋନୀତ ପ୍ରାର୍ଥୀଙ୍କୁ ପେ ମାଟ୍ରିକ୍ସ ସ୍ତର ୪ ଅଧୀନରେ ମାସିକ ୨୫,୫୦୦ ରୁ ୮୧,୧୦୦ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ।

ବୟସ ସୀମା:

୧୮ ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ davp.nic.in/WriteReadData/ADS/eng_19110_57_2223b.pdf କୁ କ୍ଲିକ୍ କରି ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞପ୍ତିକୁ ଦେଖିପାରିବେ।

Govt Jobs BSF Recruitment 2022
Advertisment
Advertisment