• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ (BEL) ପକ୍ଷରୁ ନିଯୁକ୍ତି ଦେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ପଦବୀ ପାଇଁ BEL ବଡ଼ ଘୋଷଣା କରିଛି । ବିଜ୍ଞପ୍ତି ଅନୁସାରେ ମୋଟ୍‌ ୨୩୨ଟି ପୋଷ୍ଟ ପାଇଁ ଆବେଦନ କରିବାକୁ କୁହାଯାଇଥିବାବେଳେ ସେଥିମଧ୍ୟରୁ ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍, କମ୍ପ୍ୟୁଟର ସାଇନ୍ସ, ପ୍ରୋବେସନାରୀ ଆକାଉଣ୍ଟସ୍ ଅଫିସର ଏବଂ ପ୍ରୋବେସନାରୀ ଅଫିସର (HR) ପଦ ପାଇଁ ଆବେଦନ ଗ୍ରହଣ କରାଯିବା ନେଇ କୁହାଯାଇଛି ।

ଏହି ସମସ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅକ୍ଟୋବର ୨୮ ତାରିଖ ଆବେଦନର ଶେଷ ତାରିଖ ରହିଛି । ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଥିବେ ସେମାନେ ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ BELର ଅଫିସିଆଲ୍ ୱେବସାଇଟ୍ bel-india.in ମାଧ୍ୟମରେ ଆବେଦନ କରିପାରିବେ ।

ମୋଟ୍‌ ପଦବୀ: ୨୩୨

ଏଥିପାଇଁ ମୋଟ୍‌ ୨୩୨ଟି ପଦବୀ ରହିଛି ।

• ଜେନେରାଲ୍‌ ବା ସାଧାରଣ ବର୍ଗଙ୍କ ପାଇଁ ରହିଛି ୯୬ଟି ପଦବୀ

• ଓବିସି ପାଇଁ ୬୨ଟି ପଦବୀ ରଖାଯାଇଛି

• ଏସ୍‌ସି ପାଇଁ ରହିଛି ୩୪ଟି ପଦବୀ

• ଏସ୍‌ଟି ପାଇଁ ୧୭ଟି ପଦବୀ ରଖାଯାଇଛି

• ଇଡବ୍ଲୁଏସ୍‌ ବା ଅର୍ଥନୈତିକ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ୨୩ଟି ପଦବୀ ରହିଛି

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଏହି ପଦବୀ ଗୁଡ଼ିକ ପାଇଁ ସୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକୋତ୍ତର ବା ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ବୋଲି କୁହାଯାଇଛି ।

କେତେ ରହିଛି ବୟସ ସୀମା ?

ଏଥିପାଇଁ ଭିନ୍ନଭିନ୍ନ ବୟସସୀମା ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୧, ୨୦୨୩ ସୁଦ୍ଧା ପ୍ରୋବେସନାରୀ ଇଞ୍ଜିନିୟର ଏବଂ ପ୍ରୋବେସନାରୀ ଅଫିସର (HR) ପଦବୀ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି ।

ସେହିପରି ସେପ୍ଟେମ୍ବର ୧, ୨୦୨୩ ସୁଦ୍ଧା ପ୍ରୋବେସନାରୀ ଆକାଉଣ୍ଟସ୍ ଅଫିସର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷ ହୋଇଥିବା ଆବଶ୍ୟକ ।

ଏସ୍‌ଟି/ଏସ୍‌ସି ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି । ଓବିସି ଏନସିଏଲ୍ ପ୍ରାର୍ଥୀମାନେ ୩ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯିବାନେଇ କୁହାଯାଇଛି ।

କେତେ ଦେବାକୁ ହେବ ଆବେଦନ ଶୁଳ୍କ ?

ଜେନେରାଲ୍, ଇଡବ୍ଲୁଏସ୍, ଓବିସି ବର୍ଗର ପ୍ରାର୍ଥୀମାନେ ଜିଏସ୍‌ଟି ସହ ୧୦୦୦ ଟଙ୍କା ଆବେଦନ ଫି’ ଦେବାକୁ ହେବ । ଅର୍ଥାତ୍‌ GST ସହ ପ୍ରାର୍ଥୀମାନେ ସମୁଦାୟ ୧୧୮୦ ଟଙ୍କା ଦେବେ ।

ସେହିପରି SC / ST / PwBD / ESM ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ କୌଣସି ଫି ଦେବାକୁ ପଡ଼ିବ ନାହିଁ ।

କିପରି ହେବ ଚୟନ ପ୍ରକ୍ରିୟା ?

• କମ୍ପୁଟର ଆଧାରିତ

• ସାକ୍ଷାତକାର

OTV is now on Whatsapp

Join and get latest news update delivered to you via whatsapp

Join Now