• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌ର ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ ଫର୍ମ ଦାଖଲ କରିପାରିବେ । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ BECIL- www.becil.comର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜ ଆବେଦନ ଫର୍ମ ଦାଖଲ କରିପାରିବେ ।

BECILରେ ଖାଲିପଡିଥିବା ପଦବୀ :

  • ମୋଟ ପଦବୀ ସଂଖ୍ୟା – ୯୬
  • ରେଡିଓଗ୍ରାଫର ପଦବୀ ସଂଖ୍ୟା-୨୨
  • ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜିଷ୍ଟ ସଂଖ୍ୟା - ୫୧
  • ରୋଗୀ ସେବା ସହଯୋଗୀ ସଂଖ୍ୟା - ୮
  • ଫ୍ଲେବୋଟୋମିଷ୍ଟ ସଂଖ୍ୟା - ୮
  • ଲ୍ୟାବ୍‌ ଆଟେଣ୍ଡାଣ୍ଟ ସଂଖ୍ୟା -୧୪

ଶିକ୍ଷାଗତ ଯୋଗ୍ୟତା :

  • ରେଡିଓଗ୍ରାଫର ପଦବୀ- ରେଡିଓଗ୍ରାଫିରେ B.Sc (Hons.) ହାସଲ କରିଥିବା ଆବଶ୍ୟକ । କିମ୍ୱା B.Sc. Radiographyରେ ୩ ବର୍ଷୀୟ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
  • ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜିଷ୍ଟ- B.Sc. (MLT) ହାସଲ କରିଥିବା ଆବଶ୍ୟକ ।
  • ରୋଗୀ ସେବା ସହଯୋଗୀ- ଲାଇଫ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିଥିବା କିମ୍ୱା କୌଣସି ବିଭାଗରେ ମଧ୍ୟ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
  • ଫ୍ଲେବୋଟୋମିଷ୍ଟ- Medical Laboratory Technologists/Medical Laboratory Science (Physics, Chemistry and Biology/Biotechnology)ରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
  • ଲ୍ୟାବ୍‌ ଆଟେଣ୍ଡାଣ୍ଟ – ଦଶମ ଓ ଯୁକ୍ତ ୨ ବିଜ୍ଞାନରେ ପାସ୍‌ କରିଥିବା ଆବଶ୍ୟକ

ମାସିକ ଦରମା:

  • ରେଡିଓଗ୍ରାଫର ପଦବୀ ସଂଖ୍ୟା- ୨୫,୦୦୦ ଟଙ୍କା
  • ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜିଷ୍ଟ- ୨୧,୯୭୦ ଟଙ୍କା
  • ରୋଗୀ ସେବା ସହଯୋଗୀ- ୨୧, ୯୭୦ ଟଙ୍କା
  • ଫ୍ଲେବୋଟୋମିଷ୍ଟ- ୨୧, ୯୭୦ ଟଙ୍କା
  • ଲ୍ୟାବ୍‌ ଆଟେଣ୍ଡାଣ୍ଟ –୨୦,୨୦୨ ଟଙ୍କା

ଆବେଦନ ଶୁଳ୍କ:

General, OBC , ଏକ୍ସ ସର୍ଭିସ୍‌ମ୍ୟାନ୍‌ ଓ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ରହିଥିବା ବେଳେ SCST ,EWS PH ବର୍ଗର ପ୍ରାର୍ଥୀଙ୍କ ପାଇଁ ୪୫୦ ଟଙ୍କା ଆବେଦନ ଶୁଳ୍କ ରହିଛି ।

କିପରି ଆବେଦନ କରିବେ:

ଆଶାୟୀ ପ୍ରାର୍ଥୀମାନେ BECIL ୱେବ୍‌ସାଇଟ୍‌ ତଥା www.becil.com or https://becilregistration.com ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଆରମ୍ଭ ତାରିଖ: ୧୭ ଫେବୃଆରୀ ୨୦୨୨
  • ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ୨୮ ଫେବୃଆରୀ ୨୦୨୨