Bank Jobs, Recruitment
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ବାହାରିଲା ନିଯୁକ୍ତି । ସ୍କେଲ ୨ ଓ ସ୍କେଲ ୩ର ୪୦୦ ଅଫିସର ପଦବୀ ପୁରଣ ପାଇଁ ବାହାରିଲା ନିଯୁକ୍ତି ବିଜ୍ଞପ୍ତି । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବ୍ସାଇଟ୍କୁ ଯାଇ ଆବେଦନ୍ କରିପାରିବେ । ଏହାର ଅଫିସିଆଲ ୱେବ୍ସାଇଟ୍ ହେଳା, bankofmaharashtra.in. । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।
ପଦବୀ ସଂଖ୍ୟା:
ସ୍କେଲ ୩ ଅଫିସର-୧୦୦ ପଦବୀ
ସ୍କେଲ ୨ ଅଫିସର-୩୦୦ ପଦବୀ
ଅଧିକ ପଢ଼ନ୍ତୁ: ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର
ଗୁରୁତ୍ୱପୂର୍ଣ୍ଣ ତାରିଖ:
୧୩-୭-୨୦୨୩ରୁ ଅନ୍ଲାଇନ୍ ଆପ୍ଲିକେସନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ ।
୨୫-୭-୨୦୨୩ ଅନ୍ଲାଇନ୍ ଆପ୍ଲିକେସନ୍ ରେଜିଷ୍ଟ୍ରେସନ୍ର ଶେଷ ତାରିଖ ।
୨୫-୭-୨୦୨୩ ଅନ୍ଲାଇନ୍ ଆପ୍ଲିକେସନ୍ ଏଡିଟ୍ କରିବାର ଶେଷ ତାରିଖ ।
୦୯-୮-୨୦୨୨୩ ଆପ୍ଲିକେସନ୍ ପ୍ରିଣ୍ଟ କରିବାର ଶେଷ ତାରିଖ ।
୧୩-୭-୨୦୨୩ ରୁ ୨୫-୭-୨୦୨୩ ମଧ୍ୟରେ ଆବେଦନକାରୀ କରିପାରିବେ ଅନ୍ଲାଇନ୍ ପେମେଣ୍ଟ ।
ଯୋଗ୍ୟତା:
ଆବେଦନକାରୀଙ୍କ ନିକଟରେ ଯେକୌଣସି ବ୍ୟାଚ୍ଲର ଡିଗ୍ରୀ ରହିଥିବା ଆବଶ୍ୟକ । କଲେଜ କିମ୍ବା ୟୁନିଭର୍ସିଟିରେ ତାଙ୍କର ପ୍ରତ୍ୟେକ ସେମିଷ୍ଟରରେ ଏଗ୍ରୀଗେଟ୍ ମାର୍କ ଅନ୍ୟୁନ ୬୦ ପ୍ରତିଶତ ରହିଥିବା ଦରକାର । ସେମାନେ ପାସ୍ କରିଥିବା ଅନୁଷ୍ଠାନ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ହୋଇଥିବା ଜରୁରୀ ।
ନିଯୁକ୍ତି ପ୍ରକ୍ରିୟା ବାବଦରେ ଅଧିକ ଜାଣିବାକୁ ଇଚ୍ଛା ଥିଲେ ଆବେଦନକାରୀ ଏହାର ଅଫିସିଆଲ ୱେବ୍ସାଇଟ୍କୁ ଯାଇ ଜାଣିପାରିବେ । ନଚେତ୍ ଏହାର ନୋଟିଫିକେସନ୍ ଦେଖି ସବିଶେଷ ତଥ୍ୟ ନେଇପାରିବେ ।
ସିଲେକ୍ସନ୍ ପ୍ରକ୍ରିୟା:
ଅନ୍ଲାଇନ୍ ମାଧ୍ୟମରେ ଏହାର ପରୀକ୍ଷା କରାଯିବ । ସେହି ରେଜଲ୍ଟ ଆଧାରରେ ପ୍ରାର୍ଥୀ ବଛାଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ରାଙ୍କ ଅନୁଯାୟୀ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689252031.jpg)