Advertisment

୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ HCL ରେ ଚାକିରି କରନ୍ତୁ

HCL ରେ ଚାକିରି ସୁଯୋଗ। ୧୦ମ ପାସ୍ ଓ ITI କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ୨୭୦ ପଦବୀ ଖାଲି ଅଛି।

author-image
Pramod Behera
Apprentice posts 270 vacancy for ITI 10th pass

Apprentice posts 270 vacancy for ITI 10th pass

ହିନ୍ଦୁସ୍ତାନ କପର୍‌ ଲିମିଟେଡ୍ (HCL) ରେ ITI ପାସ୍ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂର ସୁଯୋଗ ଅଛି। HCSL ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆପ୍ରେଣ୍ଟିସ୍‌ ପାଇଁ ମୋଟ ୨୯୦ଟି ପଦବୀ ଖାଲି ଅଛି। ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ଜୁଲାଇ ୧ରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୫ ରହିଛି। ଆପ୍ରେଣ୍ଟିସିପ୍ ଆକ୍ଟ ୧୯୬୧ ଅନୁଯାୟୀ ହେବାକୁ ଥିବା ଏହି ଆପ୍ରେଣ୍ଟିସିପ୍ ଟ୍ରେନିଂ ହିନ୍ଦୁସ୍ତାନ କପର୍‌ ଲିମିଟେଡର ଖେତ୍ରୀ କପର କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ।

Advertisment

ଏହି ନିଯୁକ୍ତି ପାଇଁ, ପ୍ରାର୍ଥୀ ୧୦ + ୨ ସିଷ୍ଟମ୍ ଅଧୀନରେ ଦଶମ ପାସ୍ କରିଥିବା ଉଚିତ। ସେହିପରି ସମ୍ପୃକ୍ତ ଟ୍ରେଡ୍‌ରେ ITI କରିଥିବା ଦରକାର। ତେବେ ମେଟ୍ ମାଇନ୍ସ ଏବଂ ବ୍ଲାଷ୍ଟର ମାଇନ୍ସ ଦୁଇଟି ପାଇଁ କୌଣସି ବୈଷୟିକ ଯୋଗ୍ୟତା ମଗା ଯାଇ ନାହିଁ।

ଖାଲି ପଦବୀ:

  • ମେଟ୍ (ଖଣି) - ୬୦
  • ବ୍ଲାଷ୍ଟର୍‌ (ଖଣି) - ୧୦୦
  • ଡିଜେଲ୍‌ ମେକାନିକ୍ - ୧୦
  • ଫିଟର୍ - ୩୦
  • ଟର୍ନର - ୫
  • ୱେଲ୍‌ଡର୍ ଗ୍ୟାସ୍ ଏବଂ ଇଲେକ୍ଟ୍ରିକ୍ - ୨୫
  • ଇଲେକ୍ଟ୍ରିସିଆନ୍ - ୪୦
  • ଇଲେକ୍ଟ୍ରୋନିକ୍ସ ମେକାନିକ୍ - ୬
  • ଡ୍ରାଫ୍ଟମ୍ୟାନ୍ ସିଭିଲ୍ - ୨
  • ଡ୍ରାଫ୍ଟମ୍ୟାନ୍ ମେକାନିକାଲ୍ - ୩
  • କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ୍ - ୨
  • ସର୍ଭେୟର୍ - ୫
Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ - ୧ ଜୁଲାଇ ୨୦୨୨
  • ଆବେଦନ କରିବାର ଶେଷ ତାରିଖ - ୧୫ ଜୁଲାଇ ୨୦୨୨
  • ସର୍ଟଲିଷ୍ଟ୍‌ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ - ୧୦ ଅଗଷ୍ଟ ୨୦୨୨

କିପରି ହେବ ଚୟନ:

ITI ଏବଂ ଦଶମରେ ମିଳିଥିବା ମାର୍କ ଆଧାରରେ କରାଯିବ ପ୍ରାର୍ଥୀ ଚୟନ କରାଯିବ। ITI ମାର୍କରୁ ୩୦ ପ୍ରତିଶତ ଓ ଦଶମ ମାର୍କରୁ ୭୦ ପ୍ରତିଶତ ମିଳିବ। ଯେଉଁ ପୋଷ୍ଟ୍‌ଗୁଡିକ ପାଇଁ ITIର ଆବଶ୍ୟକ ନାହିଁ, ଚୟନରେ ଦଶମ ମାର୍କରୁ ୧୦୦ ପ୍ରତିଶତ ଦେଖାଯିବ।

Govt Jobs Job In HCL
Advertisment
Advertisment