Advertisment

SBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ବାହାରିଛି ୫୦୦୮ ପୋଷ୍ଟ୍‌

କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଏସ୍‌ବିଆଇ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ପୋଷ୍ଟ୍ ପୂରଣ ହେବ। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
SBI Recruitment 2022

SBI Clerk Recruitment 2022

ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ସେପ୍ଟେମ୍ବର ୭ ରୁ ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://sbi.co.in/ ରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ରେ SBI Clerk Recruitment 2022 Notification PDF କ୍ଲିକ୍ କରି ଦେଖିପାରିବେ। ସବୁଠାରୁ ଖୁସିର କଥା ହେଉଛି ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୫୦୦୮ଟି ପଦବୀ ପୂରଣ ହେବ। ତେଣୁ SBI ରେ ଚାକିରି ଖୋଜୁଥିବା ପ୍ରର୍ଥୀଙ୍କ ପାଇଁ ଏହା ନିହାତି ଏକ ସୁବର୍ଣ୍ଣ ସୁଯୋଗ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ସେପ୍ଟେମ୍ବର ୦୭
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ସେପ୍ଟେମ୍ବର ୨୭
  • ଫି ପୈଠର ଶେଷ ତାରିଖ - ସେପ୍ଟେମ୍ବର ୨୭
  • ପ୍ରି ଏକ୍ସାମ୍ ତାରିଖ – ନଭେମ୍ବର ୨୦୨୨
Advertisment

ଖାଲି ପଦବୀ:

ପୋଷ୍ଟଗୁଡିକର ମୋଟ ପୋଷ୍ଟ ସଂଖ୍ୟା – ୫୦୦୮

  • ଜେବେରାଲ – ୨୧୪୩
  • EWS – ୪୯୦
  • OBC – ୧୧୬୫
  • SC – ୭୪୩
  • ST – ୪୬୭

ଯୋଗ୍ୟତା :

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ।

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହେବା ଉଚିତ।

ଆବେଦନ ଶୁଳ୍କ:

  • SC / ST / PWBD / ESM / DESM - ଦେୟ ମୁକ୍ତ
  • ଜେନେରାଲ୍ / OBC / EWS- ୭୫୦ ଟଙ୍କା

ଦରମା:

  • ପ୍ରାରମ୍ଭିକ ମୂଳ ଦରମା – ୧୯୯୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଭାଷା ପରୀକ୍ଷା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍ https://sbi.co.in/ କୁ ଯାଆନ୍ତୁ
  • Apply Now ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ପତ୍ର ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦିଅନ୍ତୁ
  • ଫି’ ପୈଠ କରନ୍ତୁ
  • ଏହା ପରେ Submit Button ଉପରେ କ୍ଲିକ୍ କରନ୍ତୁ
  • ପୂରଣ କରିଥିବା ଆବେଦନ ପତ୍ରର ଏକ ପ୍ରିଣ୍ଟ କାଢନ୍ତୁ
SBI Govt Jobs SBI Clerk Recruitment 2022 SBI Clerk 2022
Advertisment
Advertisment