• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ୪ ହଜାର ୮ଶହ ୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ । ୭ ହଜାର ୫ଶହ ୪୦ ଜଣ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଟିଜିଟି (ଆର୍ଟସ), ଟିଜିଟି (ପିସିଏମ ଓ ସିବିଜେଡ୍) ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ଗ୍ରହଣ କରାଯାଉଛି । ଆଗ୍ରହୀ ପ୍ରାର୍ଥୀମାନେ ossc.gov.inର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଡିସେମ୍ବର ୧୧, ୨୦୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆବେଦନ କରିବାର ଶେଷ ତାରିଖ ହେଉଛି ଜାନୁୟାରୀ ୯, ୨୦୨୩ ।

ଅଧିକ ପଢ଼ନ୍ତୁ: ରେଳବାଇରେ ୨୫୨୧ ପଦବୀ ଖାଲି; ବିନା ପରୀକ୍ଷାରେ ହେବ ପୂରଣ

OSSC 2022: ଖାଲି ଥିବା ପଦବୀ ସମ୍ପର୍କୀତ ବିବରଣୀ

TGT Arts: ୧୯୭୦

TGT PCM: ୧୪୧୯

TGT CBZ: ୧୨୦୫

ହିନ୍ଦୀ: ୧୩୫୨

ସଂସ୍କୃତ: ୭୨୩

PET : ୮୪୧

ତେଲୁଗୁ: ୦୬

ଉର୍ଦ୍ଦୁ: ୨୪

କେତେ ମିଳିବ ଦରମା

TGT (Arts, PCM, CBZ): ମାସିକ ୩୫,୦୦୦ ଟଙ୍କା

ହିନ୍ଦୀ ଶିକ୍ଷକ, ସଂସ୍କୃତ ଶିକ୍ଷକ, ତେଲୁଗୁ ଶିକ୍ଷକ, ଉର୍ଦ୍ଦୁ ଶିକ୍ଷକ: ମାସିକ ୩୫,୦୦୦ ଟଙ୍କା ।

ପିଓଟି ଶିକ୍ଷକ: ମାସ ୨୯,୨୦୦ ଟଙ୍କା ।

ଯୋଗ୍ୟତା

ପ୍ରାର୍ଥୀ ନିଶ୍ଚିତ ମାଧ୍ୟମିକ ଶିକ୍ଷା, ଓଡିଶା ବୋର୍ଡ ଦ୍ୱାରା ପରିଚାଳିତ HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।