Advertisment

ଗ୍ରାଜୁଏସନ୍‌ କରିଛନ୍ତି… IPPBରେ ଚାକିରି… ଦରମା ୩୦ ହଜାର

IPPB କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୨ ପଦବୀ ପୂରଣ ହେବ। ମନୋନୀତ ପ୍ରାର୍ଥୀ ମାସକୁ ୩୦,୦୦୦ ଟଙ୍କା ପାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
Apply for 132 Executives posts at ippb

Apply for 132 Executives posts at ippb

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବ୍ୟାଙ୍କ (IPPB) କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୨ ପଦବୀ ପୂରଣ ହେବ।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ www.ippbonline.com. କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୬ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ଅଗଷ୍ଟ ୨୦୨୩
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗର ପ୍ରାର୍ଥୀ – ୩୦୦ ଟଙ୍କା
  • ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟୁଡି, ଦିବ୍ୟାଙ୍ଗ, ମହିଳା – ୧୦୦ ଟଙ୍କା

ଦରମା:

  • ମନୋନୀତ ପ୍ରାର୍ଥୀ ମାସକୁ ୩୦,୦୦୦ ଟଙ୍କା ପାଇବେ

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏଟ୍ ହେବା ଜରୁରୀ
  • ବିତ୍ତୀୟ ଦ୍ରବ୍ୟ ବିକ୍ରୟ / ସଂଚାଳନ କାର୍ଯ୍ୟରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.ippbonline.com କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ IPPB କାର୍ଯ୍ୟନିର୍ବାହୀ ନିଯୁକ୍ତି ୨୦୨୩ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଆପଣଙ୍କର ଡାଟା ଏଣ୍ଟ୍ରୀ କରି ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Govt Jobs IPPB
Advertisment
Advertisment