• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

AIESL ପକ୍ଷରୁ ୨୦୯ ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ସୁପରଭାଇଜର୍‌ ପୋଷ୍ଟ ପାଇଁ ୨୦୯ ପୋଷ୍ଟ ଖାଲି ରହିଛି । ଆଶାୟୀ ପ୍ରାର୍ଥୀ ଏଆଇଇଏସ୍‌ଏଲ୍‌ର ଅଫିସିଆଲ୍‌ ୱେବସାଇଟ୍‌ aiesl.in ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ରହିଛି ଜାନୁଆରୀ ୧୫ ।

ପୋଷ୍ଟ ବିବରଣୀ:

ଦିଲ୍ଲୀ: ୮୭ ପୋଷ୍ଟ

ମୁମ୍ବାଇ: ୭୦ ପୋଷ୍ଟ

କୋଲକାତା: ୧୨ ପୋଷ୍ଟ

ହାଇଦ୍ରାବାଦ: ୧୦ ପୋଷ୍ଟ

ନାଗପୁର: ୧୦ ପୋଷ୍ଟ

ତିରୁବନନ୍ତପୁରମ୍‌: ୨୦ ପୋଷ୍ଟ

ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷା ଅନୁଷ୍ଠାନରୁ ବିଜ୍ଞାନ, କଳା, ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ଏହାସହ ସ୍ୱୀକୃତିପ୍ରାପ୍ତ କମ୍ପ୍ୟୁଟର ଅନୁଷ୍ଠାନରୁ ୧ ବର୍ଷର କମ୍ପ୍ୟୁଟର କୋର୍ସ ସାର୍ଟିଫିକେଟ ଥିବା ଆବଶ୍ୟକ । ଏହାଛଡ଼ା କୌଣସି ପ୍ରତିଷ୍ଠିତ ସଂସ୍ଥାରେ ୧ ବର୍ଷର ଡାଟା ଏଣ୍ଟ୍ରି କାମ କରିଥିବାର ଅଭିଜ୍ଞତା ଥିବ ।

ବୟସ ସୀମା:

ଏହି ପୋଷ୍ଟ ପାଇଁ ସର୍ବନିମ୍ନ ବୟସ ୩୫ ରହିଛି । OBC ଙ୍କ ପାଇଁ ୩୮ ବର୍ଷ ଓ SC/ST ଙ୍କ ପାଇଁ ୪୦ ବର୍ଷ ରହିଛି ।

ଚୟନ ପ୍ରକ୍ରିୟା:

ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା, ଲିଖିତ ପରୀକ୍ଷା ସ୍ଥାନର ସମ୍ପୂର୍ଣ୍ଣ ଠିକଣା ଓ ଦକ୍ଷ ପରୀକ୍ଷଣର କାର୍ଯ୍ୟସୂଚୀ AIESL ୱେବସାଇଟରେ ପ୍ରକାଶ ପାଇବ । ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ପାଇଁ ହାଜର ହେବା ଆବଶ୍ୟକ ଏବଂ ପରେ MS-Word, MS-Excel ଏବଂ MS-Power Point ଇତ୍ୟାଦିରେ ସ୍କିଲ୍ ଟେଷ୍ଟ ଦେବାକୁ ପଡ଼ିବ ।

ଆବେଦନ ଶୁଳ୍କ:

GENERAL, EWS ଏବଂ OBC ଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଛି । ଆଶାୟୀ ପ୍ରାର୍ଥୀ ଅନଲାଇନ୍‌ରେ ଟଙ୍କା ପଇଠ କରିବେ । ଅଧିକ ତଥ୍ୟ ପାଇଁ ଆପଣ AIESL ର ଅଫିସିଆଲ୍‌ ୱେବସାଇଟ୍‌ aiesl.in ରେ ଯାଇ ଚେକ୍‌ କରିପାରିବେ ।