Advertisment

AFCAT 2024: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି… ସୁଯୋଗ ହାତଛଡା କରନ୍ତୁ ନାହିଁ

ଭାରତୀୟ ବାୟୁସେନାରେ ଚାକିରି ପାଇବା ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ଏୟାର୍‌ପୋର୍ସ କମନ ଆଡମିଶନ ଟେଷ୍ଟ(AFCAT) ମାଧ୍ୟମରେ ହେବ।

author-image
Pramod Behera
AFCAT 2 Recruitment Apply for 304 posts

AFCAT 2 Recruitment Apply for 304 posts

ଭାରତୀୟ ବାୟୁସେନାରେ ଚାକିରି ପାଇବା ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ଏୟାର୍‌ପୋର୍ସ କମନ ଆଡମିଶନ ଟେଷ୍ଟ(AFCAT) ମାଧ୍ୟମରେ ହେବ। ଏନେଇ AFCAT ତରଫରୁ ଏକ ବିଜ୍ଞାପନ ପ୍ରକାଶ ପାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ AFCAT ରେ ଫ୍ଲାଇଙ୍ଗ ଏବଂ ଗ୍ରାଉଣ୍ଡ ଡ୍ୟୁଟି ସମେତ ବିଭିନ୍ନ ଶାଖାରେ ଅଫିସର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AFCAT ର ଅଫିସିଆଲ୍ ୱେବ୍‌ସାଇଟ୍‌ afcat.cdac.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ AFCAT 2 Recruitment Apply for 304 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ପରୀକ୍ଷା – ୦୯, ୧୦, ୧୧ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • ଫ୍ଲାଇଙ୍ଗ୍‌ ବାଞ୍ଚ୍ – ୨୯ଟି ପୋଷ୍ଟ୍‌
  • ଗ୍ରାଉଣ୍ଡ ଡ୍ୟୁଟି – ୧୫୬ଟି ପୋଷ୍ଟ
  • ନନ୍ ଟେକ୍ନିକାଲ୍ ବ୍ରାଞ୍ଚ୍ – ୧୧୯ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୩୦୪ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

ଫ୍ଲାଇଙ୍ଗ୍‌ ବାଞ୍ଚ୍ –

  • ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ ପାଶ
  • ଏହା ବ୍ୟତୀତ, ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ

ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍) –

  • ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ ପାଶ
  • ଏହା ବ୍ୟତୀତ, ସେମାନେ AICTE ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନଗୁଡ଼ିକରୁ ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ (B.Tech) ଡିଗ୍ରୀ

ଗ୍ରାଉଣ୍ଡ ଡ୍ୟୁଟି (ନନ୍ ଟେକ୍ନିକାଲ୍) –

  • UGC ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୪/୨୬ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ:

  • ସମସ୍ତ ବର୍ଗ – ୫୫୦
  • ଏନ୍‌ସିସି ବର୍ଗ – ଦେୟ ମୁକ୍ତ
Indian Air Force Govt Jobs Indian Air Force Recruitment
Advertisment
Advertisment