/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668598287.jpg)
800 posts in pgcil engineer and supervisor posts
ଆପଣ ଯଦି ଏକ ପାୱାର୍ ଗ୍ରୀଡ୍ କମ୍ପାନୀରେ ଇଞ୍ଜିନିୟର ଓ ସୁପରଭାଇଜର ପଦରେ ସରକାରୀ ଚାକିରି କରିବାକୁ ଆଗ୍ରହୀ, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ। ଭାରତ ସରକାରଙ୍କ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ମଧ୍ୟରୁ ଏକ ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL), ଫିଲ୍ଡ ଇଞ୍ଜିନିୟର ଏବଂ ଫିଲ୍ଡ ସୁପର୍ଭାଇଜର୍ ପାଇଁ ୮୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ସ୍ମାର୍ଟ ଇ-ଇଞ୍ଜିନିୟର ଏବଂ ଫିଲ୍ଡ ସୁପରଭାଇଜର୍ଙ୍କୁ ସ୍ମାର୍ଟ ପ୍ରି-ପ୍ରେଡ୍ ମେଟରିଂ ସହିତ ରିଭ୍ୟାମ୍ପେଡ୍ ବିତରଣ ସେକ୍ଟର ରିଫର୍ମ ଯୋଜନା (RDSS) ରେ ନିଯୁକ୍ତି ଦିଆଯିବ।
Advertisment
ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରରେ ଚାକିରି; ଲୋୟର ଡିଭିଜନ୍ କ୍ଲର୍କ ସହିତ ଅନେକ ପଦବୀ ପୂରଣ ହେବ
ଯଦି ଆପଣ ପାୱାର ଗ୍ରୀଡ୍ରେ ସରକାରୀ ଚାକିରି ଚାହୁଁଛନ୍ତି, ତେବେ ଆପଣଙ୍କୁ PGCILର ୱେବ୍ସାଇଟ୍ powergrid.in କୁ ଯାଇ ଏଥିପାଇଁ ଆବେଦନ କରିବାକୁ ପଡିବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଶୁଳ୍କ କେବଳ ଅନ୍ଲାଇନ୍ ମୋଡ୍ ମାଧ୍ୟମରେ ପ୍ରଦାନ କରାଯିବ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ଆରମ୍ଭ ତାରିଖ - ୧୫ ନଭେମ୍ବର ୨୦୨୨
- ଆବେଦନ କରିବାର ଶେଷ ତାରିଖ - ୧୧ ଡିସେମ୍ବର ୨୦୨୨
- ପରୀକ୍ଷା ତାରିଖ - ପରେ ଘୋଷଣା କରାଯିବ
କେତେ ପାଇବେ ନିଯୁକ୍ତି:
- ଫିଲ୍ଡ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) – ୫୦
- ଫିଲ୍ଡ ଇଞ୍ଜିନିୟର (ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍) – ୧୫
- ଫିଲ୍ଡ ଇଞ୍ଜିନିୟର (IT) – ୧୫
- ଫିଲ୍ଡ ସୁପରଭାଇଜର (ଇଲେକ୍ଟ୍ରିକାଲ୍) – ୪୮୦
- ଫିଲ୍ଡ ସୁପରଭାଇଜର (ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍) – ୨୪୦
ଯୋଗ୍ୟତା:
- ଫିଲ୍ଡ ଇଞ୍ଜିନିୟର - BE କିମ୍ବା B.Tech ଜରୁରୀ। ଜେନେରାଲ୍, ଓବିସି (NCL), EWS ପ୍ରାର୍ଥୀ କ୍ଷେତ୍ରରେ ଅତିକମରେ ୫୫% ମାର୍କ ସହିତ ସ୍ନାତକ ପାଶ ହେବା ଜରୁରୀ। SC, ST ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସର୍ବନିମ୍ନ ମାର୍କର କୌଣସି ସର୍ତ୍ତ ନାହିଁ। ସେମାନଙ୍କ କ୍ଷେତ୍ରରେ କେବଳ ପାଶ୍ ସାର୍ଟିଫିକେଟ୍ ଦରକାର। ଏହା ସହିତ, ସମ୍ପୃକ୍ତ କାର୍ଯ୍ୟରେ ଏକ ବର୍ଷର ଅଭିଜ୍ଞତା ମଧ୍ୟ ଆବଶ୍ୟକ।
- ଫିଲ୍ଡ ସୁପର୍ଭାଇଜର୍ - ପ୍ରାର୍ଥୀ ଡିପ୍ଲୋମା କରିଥିବା ଆବଶ୍ୟକ। ଜେନେରାଲ୍, ଓବିସି (NCL), EWS କ୍ଷେତ୍ରରେ ଅତିକମରେ ୫୫% ମାର୍କ ସହିତ ସ୍ନାତକ ପାଶ ଜରୁରୀ। SC, ST ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସର୍ବନିମ୍ନ ମାର୍କର କୌଣସି ସର୍ତ୍ତ ନାହିଁ। ସେମାନଙ୍କ କ୍ଷେତ୍ରରେ କେବଳ ପାଶ୍ ସାର୍ଟିଫିକେଟ୍ ଦରକାର। ଏହା ସହିତ, ସମ୍ପୃକ୍ତ କାର୍ଯ୍ୟରେ ଏକ ବର୍ଷର ଅଭିଜ୍ଞତା ମଧ୍ୟ ଆବଶ୍ୟକ।
ବୟସ ସୀମା:
- ୧୧ ଡିସେମ୍ବର ୨୦୨୨ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୯ ବର୍ଷରୁ ଅଧିକ ହେବା ଜରୁରୀ
- ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗକୁ କୋହଳ ମିଳିବ
କେତେ ମିଳିବ ଦରମା:
- ଫିଲ୍ଡ ଇଞ୍ଜିନିୟର – ପେ ବ୍ୟାଣ୍ଡ୍ରେ ଫିଲ୍ଡ ଇଞ୍ଜିନିୟରଙ୍କ ଦରମା ୩୦୦୦୦-୩% –୧,୨୦,୦୦୦ / - ସହିତ ବେସିକ୍ ପେ ୩୦,୦୦୦ / - + ଇଣ୍ଡଷ୍ଟ୍ରିଆଲ୍ DA + HRA ସହିତ
- ଫିଲ୍ଡ ସୁପରଭାଇଜର – ପେ ବ୍ୟାଣ୍ଡ୍ରେ ଫିଲ୍ଡ ସୁପରଭାଇଜରଙ୍କ ଦରମା ୨୩,୦୦୦-୩% -୧,୦୫,୦୦୦ / - ସହିତ୍ ବେସିକ୍ ପେ ୨୩,୦୦୦ / - + ଇଣ୍ଡଷ୍ଟ୍ରିଆଲ୍ DA + HRA ସହିତ
ଆବେଦନ ଶୁଳ୍କ:
- ଫିଲ୍ଡ ଇଞ୍ଜିନିୟର - ୪୦୦ ଟଙ୍କା
- ଫିଲ୍ଡ ସୁପରଭାଇଜର – ୩୦୦ ଟଙ୍କା
ଚୟନ ପ୍ରକ୍ରିୟା:
- କେବଳ ସାକ୍ଷାତକାର ମାଧ୍ୟମରେ ଫିଲ୍ଡ ଇଞ୍ଜିନିୟର ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ
- ଯଦି ଆବେଦନକାରୀଙ୍କ ସଂଖ୍ୟା ଅଧିକ ହୁଏ ତେବେ ଏକ ଲିଖିତ ପରୀକ୍ଷା ମଧ୍ୟ କରାଯାଇପାରେ
- ଲିଖିତ ପରୀକ୍ଷା ମାଧ୍ୟମରେ ସୁପରଭାଇଜର ଚୟନ କରାଯିବ
କିପରି କରିବେ ଆବେଦନ:
- ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କମ୍ପାନୀର ୱେବସାଇଟ୍କୁ ଯାଇ ନିଯୁକ୍ତି ବିଭାଗକୁ ଯାଆନ୍ତୁ
- ଏହା ପରେ RDSS ନିଯୁକ୍ତି ପାଇଁ ସକ୍ରିୟ ଲିଙ୍କ୍ରୁ ବିଜ୍ଞପ୍ତିକୁ ଡାଉନଲୋଡ୍ କରନ୍ତୁ ଏବଂ ଆବେଦନ ପେଜ୍କୁ ଯାଆନ୍ତୁ
- ଏଠାରେ ପ୍ରାର୍ଥୀଙ୍କୁ ପଞ୍ଜୀକରଣ କରିବାକୁ ପଡିବ ଏବଂ ତା’ପରେ ପଞ୍ଜୀକୃତ ବିବରଣୀ ସହିତ ଲଗ୍ଇନ୍ କରିବାକୁ ପଡିବ
- ଆବେଦନପତ୍ର Submit କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଅନଲାଇନ୍ ଆବେଦନର ଏକ ସଫ୍ଟ କପି ଡାଉନ୍ଲୋଡ୍ କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)