• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯଦି ଆପଣ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ମିଳିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଏନେଇ ଆବେଦନ ପ୍ରକ୍ରିୟା ଚାଲୁଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ସରକାରୀ ୱେବ୍‌ସାଇଟ୍ www.indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ indiapostgdsonline.gov.inPDF ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ରାଜ୍ୟର ପ୍ରାର୍ଥୀମାନେ ସୁଯୋଗ ପାଇବେ। ଓଡ଼ିଶାରେ ମୋଟ ୧୨୭୯ ପଦବୀ ପୂରଣ ହେବ।

30041 Vacancy in Post Office Across Indiaଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩ ଅଗଷ୍ଟ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୩ ଅଗଷ୍ଟ ୨୦୨୩

ମୋଟ ପଦବୀ:

  • ଏହି ନିଯୁକ୍ତି ପ୍ରକ୍ରିୟାରେ ଭାରତର ସବୁ ରାଜ୍ୟରେ ପ୍ରାର୍ଥୀମାନେ ଚାକିରି କରିବାର ସୁଯୋଗ ପାଇବେ
  • ମୋଟ୍ ୩୦୦୪୧ ପଦବୀ ପୂରଣ ହେବ

ଯୋଗ୍ୟତା:

  • ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଅତିକମରେ ଦଶମ ପାଶ୍ କରିଥିବା ଉଚିତ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୨୪,୪୭୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ଏବଂ ଓବିସି – ୧୦୦ ଟଙ୍କା
  • SC / ST / ମହିଳା – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ
  • ନିଯୁକ୍ତି କେବଳ ଯୋଗ୍ୟତା ଆଧାରରେ ହେବ
  • ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯିବଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ରାଜ୍ୟର ପ୍ରାର୍ଥୀମାନେ ସୁଯୋଗ ପାଇବେ। ଓଡ଼ିଶାରେ ମୋଟ ୧୨୭୯ ପଦବୀ ପୂରଣ ହେବ।

OTV is now on Whatsapp

Join and get latest news update delivered to you via whatsapp

Join Now