Advertisment

୧୦ମ ପାଶ ସହିତ ITI କରିଥିଲେ ରେଲ୍‌ୱେରେ ହେଇପାରିବେ ଲୋକୋ ପାଇଲଟ୍

NWR ଅଧୀନରେ ଗ୍ରୁପ୍ 'ସି' ବା ଗ୍ରୁପ୍ 'ଡି' କର୍ମଚାରୀଙ୍କ ପାଇଁ 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ରେଳବାଇ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
10th pass iti certificate get assistant loco pilot job in railway

10th pass iti certificate get assistant loco pilot job in railway

ଭାରତୀୟ ରେଳବାଇ ଉତ୍ତର ପଶ୍ଚିମ ରେଳବାଇ (NWR) ଅଧୀନରେ ଗ୍ରୁପ୍ 'ସି' ବା ଗ୍ରୁପ୍ 'ଡି' କର୍ମଚାରୀଙ୍କ ପାଇଁ 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। 'ସାଧାରଣ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା (GDCE)' ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

Advertisment

NWR ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrcjaipur.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ୭ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ୬ ମେ ୨୦୨୩ରେ ବନ୍ଦ ହୋଇଯିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟଗୁଡିକରେ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଦିଆଯାଇଥିବା ତଥ୍ୟଗୁଡିକୁ ଭଲଭାବେ ପଢି ନିଅନ୍ତୁ।

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନଙ୍କ ପାଖରେ ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାଶ୍
  • ଫିଟର, ଇଲେକ୍ଟ୍ରିସିଆନ୍, ଇନଷ୍ଟ୍ରୁମେଣ୍ଟ୍ ମେକାନିକ୍, ମିଲ୍‌ରାଇଟ୍ / ମେଣ୍ଟେନାନ୍ସ ମେକାନିକ୍, ମେକାନିକ୍ (ରେଡିଓ ଏବଂ ଟିଭି), ଇଲେକ୍ଟ୍ରୋନିକ୍ସ ମେକାନିକ୍, ମେକାନିକ୍ (ମୋଟର ଯାନ), ୱାୟାର୍‌ମ୍ୟାନ୍, ଟ୍ରାକ୍ଟର ମେକାନିକ୍, ମ୍ୟାଚର୍ ଓ କଏଲ୍ ୱାଇଣ୍ଡର୍, ମେକାନିକ୍(ଡିଜେଲ୍)ରେ ITI ସାର୍ଟିଫିକେଟ୍ ଥିବା ଜରୁରି।
  • ଏହା ବ୍ୟତୀତ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ / ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଉଚିତ
Advertisment

ବୟସ:

  • ସାଧାରଣ ବର୍ଗ - ୪୨ ବର୍ଷ
  • OBC ପ୍ରାର୍ଥୀ - ୪୫ ବର୍ଷ
  • SC / ST ପ୍ରାର୍ଥୀ – ୪୭ ବର୍ଷ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)
  • ଲିଖିତ ପରୀକ୍ଷା
  • ଆପ୍ଟିଚ୍ୟୁଡ୍ ଟେଷ୍ଟ୍‌
  • ଡକ୍ୟୁମେଣ୍ଟ୍ ଭେରିଫିକେସନ୍
  • ମେଡିକାଲ୍ ଟେଷ୍ଟ୍‌

ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବାକୁ ହେଲେ ଏଠାରେ କ୍ଲିକ୍ କରନ୍ତୁ

Indian Railways Govt Jobs
Advertisment
Advertisment