Advertisment

୧୦ମ ପାଶ କରିଛନ୍ତି କି; ବିନା ପରୀକ୍ଷାରେ ପାଆନ୍ତୁ ସରକାରୀ ଚାକିରି

ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…

author-image
Pramod Behera
ଅଦ୍ୟତନ ହୋଇଛି
10th and ITI pass then govt job will be available in railway

10th and ITI pass then govt job will be available in railway

ପଶ୍ଚିମୀ ରେଳବାଇ ବିଭିନ୍ନ ମଣ୍ଡଳ, କର୍ମଶାଳାରେ ଆପ୍ରେଣ୍ଟିସ୍‌ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ରେଲ୍‌ୱେ rrc-wr.coର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ୍ ମେ ୨୮ରୁ ଆରମ୍ଭ ହେବ।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.rrc-wr.com/ରେ କ୍ଲିକ୍ କରି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ସେହିପରି ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏହି ଲିଙ୍କ୍ https://static-cdn.publive.online/odishatv-khabar/media/pdf_files/rrwc/Files173.pdf ମାଧ୍ୟମରେ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୧୨ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ – ୨୮ ମେ
  • ଆବେଦନ କରିବାର ଶେଷ ତାରିଖ - ୨୭ ଜୁନ୍

ଖାଲି ପଦବୀ:

  • ପୋଷ୍ଟଗୁଡିକର ମୋଟ ସଂଖ୍ୟା- ୩୬୧୨

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଉଚିତ।
  • ଏହା ସହିତ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍ ରହିବା ଉଚିତ।
Advertisment

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ୧୫ ବର୍ଷ ହୋଇଥିବା ବେଳେ ୨୪ ବର୍ଷରୁ ଅଧିକ ହୋଇ ନଥିବ।
Govt Jobs Railway Recruitment 2022
Advertisment
Advertisment