Advertisment

ସତ ହେବ କି ଆମେରିକା ଗୁଇନ୍ଦା ସଂସ୍ଥାର ସତର୍କବାଣୀ?

ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।

ଅଦ୍ୟତନ ହୋଇଛି
Nuclear Attack

Nuclear Attack

Advertisment

ଫେବ୍ରୁଆରୀ ୨୪। ୟୁକ୍ରେନ ଆକ୍ରମଣ ପରେ ପରେ ନ୍ୟୁ କ୍ଲିୟର ବ୍ୟାଟେରୀକୁ ଆକ୍ଟିଭେଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଅନ୍ୟପକ୍ଷରେ ଯୁଦ୍ଧ ଯଦି ହାତରୁ ଖସି ଗଲା ଭଳି ମନେ ହୁଏ ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ ଦ୍ୱାରା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଋଷିଆରେ ପ୍ରତିରକ୍ଷା ନୀତିରେ ରହିଛି। ତେଣୁ ୟୁକ୍ରେନ ପଟୁୁ ଋଷିଆର ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ।

Advertisment

ତେଣେ ଋଷିଆର ସମ୍ଭାବ୍ୟ ପରମାଣୁ ଆକ୍ରମଣକୁ ନେଇ ଚିନ୍ତିତ ହୋଇପଡିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ପୁଟିନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ସେ ନିଶ୍ଚିତ ବୋଲି ଜେଲେସ୍କି କହିଛନ୍ତି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଉପାୟ କରିବାକୁ ସେ ବିଶ୍ୱ ସମୁଦାୟକୁ ଅନୁରୋଧ କରିଛନ୍ତି। ଋଷିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଯାଏ ଆମେ ଅପେକ୍ଷା କରିବା ଠିକ୍ ହେବନି ବୋଲି ସେ ମତ ଦେଇଛନ୍ତି। ତେଣୁ ପରମାଣୁ ଆକ୍ରମଣ ସ୍ଥିତିର କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଉପାୟ କରିବାକୁ ଜେଲେନସ୍କି ଆହ୍ବାନ ଜଣାଇଛନ୍ତି। ଆଣ୍ଟି ରେଡିଏସନ ମେଡିସିନି ଓ ଏୟାର ରେଡ୍ ସେଲଟର ନିର୍ମାଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

କେବଳ ଜେଲେନସ୍କି ନୁହନ୍ତି ପୁଟିନ ୟୁକ୍ରେନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ସମ୍ଭାବନା ଅଧିକ ବୋଲି ପୂର୍ବରୁ ସତର୍କ କରାଇ ଦେଇଥିଲେ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୟୁଲିୟମ ବର୍ଣ୍ଣସ୍। ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ। ତେବେ ଋଷିଆ ପରମାଣୁ ଅସ୍ତ୍ର ବ୍ୟବହାର କରିବା ନେଇ ସେନାପରି କୌଣସି ନିର୍ଦ୍ଦିଷ୍ଟ ଗତିବିଧି ଦେଖିବାକୁ ମିଳିନଥିବା ସେ ସୂଚନା ଦେଇଥିଲେ।

Advertisment

ଏବେ ପ୍ରଶ୍ନ ପୁତିନ ଯଦି ପରମାଣୁ ଅସ୍ତ୍ର ବ୍ୟବହାର କରନ୍ତି ତେବେ ଏଥିପାଇଁ ଦାୟୀ କିଏ? କାରଣ ନାଟୋରେ ମିଶିବା ଲାଗି ଜେଲେନସ୍କିଙ୍କ ଜିଦ୍ ଏବଂ ଋଷିଆ କ୍ଷୁବ୍ଧ ହେବା ଜାଣି ମଧ୍ୟ ୟୁକ୍ରେନକୁ ଆମେରିକା ଓ ୟୁରୋପର ସମର୍ଥନ ସାରା ବିଶ୍ୱକୁ ଏକ ବିପଦଜନକ ସ୍ଥିତିକୁ ଠେଲି ଦେଇଛି। ତୃତୀୟ ବିଶ୍ୱ ଯୁଦ୍ଧ ଲାଗି ନଯାଉ ତାକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ୍ ବେଶ ସତର୍କ ବୋଲି କହିଛନ୍ତି ସିଆଇଏ ନିର୍ଦ୍ଦେଶକ ବର୍ଣ୍ଣସ। ତେବେ ବିଶ୍ୱକୁ ପରମାଣୁ ଯୁଦ୍ଧର ପାଦଦେଶକୁ ଠେଲି ଦେବା କାହାରି ପକ୍ଷେ ବି ଉଚିତ୍ ହୋଇନାହିଁ।

ରିପୋର୍ଟ: ପ୍ରସନ୍ନ କୁମାର ସାହୁ

Russia Ukraine Crisis Ukraine Crisis Ukraine Russia War Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ