Advertisment

X Hit By Cyberattack: ଦିନକରେ ୩ ଥର ଠପ୍ ହୋଇଗଲା 'X'; ଏଲନ ମସ୍କ କହିଲେ...

ସୋସିଆଲ ମିଡିଆ ଏକ୍ସର ଗ୍ଲୋବାଲ୍ ଆଉଟେଜ୍ । ଏକ୍ସରେ ସ୍ପଷ୍ଟୀକରଣ ରଖିଲେ ଏଲନ ମସ୍କ ।

ଅଦ୍ୟତନ ହୋଇଛି
X Hit By Cyberattack

X Hit By Cyberattack

Advertisment

ଏକ୍ସର ଗ୍ଲୋବାଲ୍ ଆଉଟେଜ୍। ଦିନକ ଭିତରେ ତିନି ତିନିଥର ଠପ୍ ହୋଇଗଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ। ଏହାପରେ ସାମ୍ନାକୁ ଆସିଛି ପ୍ରତିଷ୍ଠାତା ଏଲନ ମସ୍କଙ୍କ ବୟାନ। ମସ୍କ କହିଛନ୍ତି, ସାଇବର ଆକ୍ରମଣ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଆମେ ପ୍ରତିଦିନ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇଆସୁଛୁ। 

Advertisment

ତେବେ ଗତକାଲି ହୋଇଥିବା ଆକ୍ରମଣ ପଛରେ କୌଣସି ବଡ ଗୋଷ୍ଠୀ କିମ୍ବା ଦେଶ ସାମିଲ ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା ଏକ୍ସ ସୋସିଆଲ୍ ସାଇଟ୍ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଗତକାଲି ବିଭିନ୍ନ ସମୟରେ ଅଚଳ ହୋଇପଡିଥିଲା। 

ଅଧିକ ପଢ଼ନ୍ତୁ: 'X'ର ଗ୍ଲୋବାଲ୍ ଆଉଟେଜ୍, ଦିନକରେ ତିନି ଥର ଠପ୍ ପଡ଼ିଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ

Advertisment

ଭାରତୀୟ ସମୟ ଅନୁସାରେ, ପ୍ରଥମେ ଅପରାହ୍ଣ ସାଢ଼େ ୩ଟାରେ, ପରେ ସନ୍ଧ୍ୟା ୭ଟାରେ ଏବଂ ପୁଣି ରାତି ୮ଟା ୪୪ରେ ଟ୍ବିଟର୍ ଡାଉନ୍ ଥିଲା। ଏହାର କାରଣ ରାତି ଯାଏ ଅସ୍ପଷ୍ଟ ଥିବା ବେଳେ, ବାରମ୍ବାର କାର୍ଯ୍ୟକ୍ଷମ କରାଯାଇଥିଲା। ଆଉଟେଜ୍ ବେଳେ ଏକ୍ସର ଆପ୍ କିମ୍ବା ୱେବସାଇଟ୍ ବ୍ୟବହାର କରିପାରିନଥିଲେ ୟୁଜର୍। ଭାରତ, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଓ କାନାଡ଼ର ପ୍ରାୟ ୪୦ ହଜାର ୟୁଜର୍ ଏନେଇ ବିଭିନ୍ନ ପ୍ଲାଟଫର୍ମରେ ଅଭିଯୋଗ କରିଥିଲେ। ଭାରତରୁ ରିପୋର୍ଟ କରିଥିଲେ ୨ହଜାରରୁ ଅଧିକ ୟୁଜର୍ । ପରେ ଭାରତୀୟ ସମୟ ରାତି ପ୍ରାୟ ୧୧ଟାରେ ଏକ୍ସ ଉପରେ ସାଇବର ଆଟାକ୍ ହୋଇଥିବା ସୂଚନା ଦେଇଥିଲେ ଏଲନ ମସ୍କ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ୨୦୨୨ ମସିହାରେ ୪୪ ବିଲିୟନ ଆମେରିକୀୟ ଡଲାରରେ ‘X’କୁ ଅଧିଗ୍ରହଣ କରିଥିଲେ । ସେବେଠାରୁ, ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଏବଂ ଅପଡେଟ୍ ହୋଇଛି । କିନ୍ତୁ ଏତେ ବଡ଼ ବିଭ୍ରାଟ ବହୁତ ଦିନ ଧରି ଦେଖାଯାଇ ନଥିଲା। ଡାଉନଟାଇମ୍ ସମୟରେ, X ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରିଦେଲା । ଏହି ସମୟ ମଧ୍ୟରେ ବ୍ୟବହାରକାରୀମାନେ ପ୍ଲାଟଫର୍ମରେ ଟ୍ୱିଟ୍ ପୋଷ୍ଟ କରିପାରିଲେ ନାହିଁ କିମ୍ବା ପୃଷ୍ଠା ଖୋଲି ପାରିନଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଏଲନ ମସ୍କଙ୍କ ପାଦ ଚାଟୁଥିଲେ ଟ୍ରମ୍ପ, ଟିଭିରେ ଚାଲିଲା ଭିଡିଓ, ଜାଣନ୍ତୁ କ'ଣ ଘଟଣା...

Elon Musk Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ